ବିବାହ ପୂର୍ବରୁ ଜିମ ସାମ୍ନାରେ ସ୍ପଟ ହେଲେ କ୍ୟାଟ୍ରିନା, ଦେଖେଇଲେ କିଛି ଏମିତି ଅନ୍ଦାଜ

ବଲିଉଡ ଅଭିନେତ୍ରୀ କାଟ୍ରିନା କେଫ ଓ ଭିକି କୌଶଳଙ୍କ ବିବାହକୁ ଆଉ ମାତ୍ର କିଛି ଦିନ ବାକି ଅଛି ।  ଦୁହେଁ ନିଜ ବିବାହ ପ୍ରସ୍ତୁତି ନେଇ ଖୁବ ବ୍ୟସ୍ତ ଅଛନ୍ତି । ସେପଟେ ଉଭୟଙ୍କ ପରିବାର ଲୋକେ ବି ସେମାନଙ୍କ ବିବାହ ପ୍ରସ୍ତୁତିରେ ଜୋରସୋର ଲାଗିପଡିଛନ୍ତି ।  କିନ୍ତୁ ଉଭୟଙ୍କ ବିବାହ କଡା ନିୟମ ଜାରି କରାଯାଇଛି ।  ଏମିତିକି ଅତିଥି ମାନଙ୍କୁ ମୋବାଇଲ ଫୋନ ପାଇଁ ବି ଅନୁମତି ନାହିଁ । ବିକି ଓ କାଟ୍ରିନାଙ୍କର ଟିକେ ଝଲକ ନେବା ପାଇଁ ଫଟୋଗ୍ରାଫର ମାନେ ପାଗଳ ପ୍ରାୟ ହେଉଥିବା ବେଳେ କଡା ତାଗିଦା କାରଣରୁ ତାଙ୍କ ନିକଟରେ ପହଂଚି ହେଉନାହିଁ ।  କିନ୍ତୁ ଶନିବାର ଅର୍ଥାତ ଆଜି ସକାଳେ ଜିମ ସାମ୍ନାରେ କ୍ୟାଟ୍ରିନାଙ୍କ ଝଲକ ଦେଖିବାକୁ ମିଳିଛି ।  ଆଜି ସକାଳେ ତାଙ୍କୁ ପାପରାଜି ମାନେ ଠାବ କରିଛନ୍ତି । ଏହି ସମୟରେ କ୍ୟାଟ୍ରିନା ତଳେ ଏକ କଳା ରଙ୍ଗର ଜେଗିନ୍ସ ପିନ୍ଧିଥିବା ବେଳେ ଉପରେ ଏକ ଧଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

ଆଉ ସବୁଠୁ ବଡ କଥା ହେଉଛି ସେଠାରେ ଉପସ୍ଥିତ ଥିବା ପାପରାଜି ମାନଙ୍କ ସହିତ ହାତ ବି ମିଳେଇଚନ୍ତି କ୍ୟାଟ୍ରିନା ।  ତାଙ୍କ ଭାଇ ଓ ଭଉଣୀ ବି ତାଙ୍କ ସହିତ ଜିମରେ ସାମ୍ନାରେ କ୍ୟାଟ୍ରିନାଙ୍କ ସହ ବାହାରୁ ଥିବାର ନଜର ଆସୁଛନ୍ତି ।  ଭାଇରାଲ ଭାୟାଣୀ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟଗ୍ରାମରେ ଏହି ଭିଡିଓ ଟିକୁ ପୋଷ୍ଟ କରିଥିଲେ ।  ୟୁଜର ମାନେ ସେୟାର ହୋଇଥିବା ଏହି ଭିଡିଓ ଉପରେ ଜବର ଦସ୍ତ କମେଣ୍ଟ କରିବା ସହିତ କ୍ୟାଟ ଓ ଭିକିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜଣେ ଲେଖିଛନ୍ତିକି କ୍ୟାଟ୍ରିନା ଏଥିରେ ଖୁବ ସୁନ୍ଦର ଦେଖାଯାଉଛନ୍ତି ।  ତାଙ୍କୁ ଢେର ସାରା ଶୁଭେଚ୍ଛା ।

ସୂଚନାରୁ ଜଣାଯାଇଛିଯେ ରାଜସ୍ଥାନର ସୱାଇ ମାଧପୁର ଜିଲ୍ଲା ପ୍ରଶାସନ ଉଭୟଙ୍କ ବିବାହକୁ ନେଇ ତତ୍ପର ଅଛନ୍ତି ।  ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିବାହକୁ ନେଇ ପୂର୍ବ ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି ।  ରାଜସ୍ଥାନ ସବାଇ ମାଧପୁରର ବରବାର ଠାରେ ଏହି ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଭିଡିଓଟିକୁ ୧୫ ହଜାରରୁ ଅଧିକ ଲୋକ ଦେଖିବା ସହିତ ମାତ୍ରାଧିକ କମେଣ୍ଟ ମଧ୍ୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.