ଦିବଂଗତ ସୁପରଷ୍ଟାର ପୁନୀତ ରାଜକୁମାରଙ୍କୁ ସମ୍ମାନିତ କରାଯିବ ‘କର୍ଣ୍ଣାଟକ ରତ୍ନ’ ସମ୍ମାନରେ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

କର୍ଣ୍ଣାଟକ ସରକାର ଚଳିତବର୍ଷ ରାଜ୍ୟ ସ୍ଥାପନା ଦିବସ ଅବସରରେ ଦିବଂଗତ କନ୍ନଡ ଫିଲ୍ମ ଷ୍ଟାର ପୁନୀତ ରାଜକୁମାରଙ୍କୁ ମରଣୋତ୍ତର ‘କର୍ଣ୍ଣାଟକ ରତ୍ନ’ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଏହାକୁ ନେଇ କହିଛନ୍ତି, ‘ ନଭେମ୍ବର ୧ ତାରିଖରେ ପୁନୀତ ରାଜକୁମାରଙ୍କୁ ଏହି ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛୁ। ଲାଲବାଗ ଗ୍ଲାସ ହାଉସରେ ସ୍ୱତନ୍ତ୍ରତା ଦିବସ ଫ୍ଲାଓ୍ଵର ଶୋ ଉଦ୍‌ଘାଟନ କରିବା ପରେ ମିଡିଆକର୍ମୀଙ୍କୁ ଏହି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଡା. ରାଜକୁମାରଙ୍କ ପରିବାର ସଦସ୍ୟଙ୍କୁ ସମିତିର ସମସ୍ୟ ରୂପେ ସାମିଲ କରାଯିବ। ଆମେ ସମସ୍ତେ ପୁନୀତଙ୍କୁ ମରଣୋତ୍ତର ପୁରସ୍କାରକୁ ଗରିମାପୂର୍ଣ୍ଣ ଭାବେ ପ୍ରଦାନ କରାଯିବ। ପୁନୀତ ରାଜକୁମାରଙ୍କର ୨୯ ଅକ୍ଟୋବର ୨୦୨୧ରେ ନିଧନ ହୋଇଥିଲା। ମାତ୍ର ୪୬ ବର୍ଷ ବୟସରେ ହୃଦଘାତର ଶିକାର ହୋଇଥିଲେ।

ଏହି ଗ୍ଲାସ ହାଉସରେ ହୋଇଥିବା ଫ୍ଲାଓ୍ଵର ଶୋରେ ଡା. ରାଜକୁମାର ଏବଂ ପୁନୀତ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ୧୯୨୨ରୁ ପ୍ରତିବର୍ଷ ଏହି ଶୋ ସମସ୍ତଙ୍କୁ ଆକର୍ଷିତ କରୁଛି। ଚଳିତବର୍ଷ ମଧ୍ୟ ସେପରି ହେବ। ଚଳିତବର୍ଷ ସମଗ୍ର ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଯାହାଦ୍ୱାରା ମାତ୍ର ୧୦ ଦିନରେ ଲକ୍ଷ ଲକ୍ଷ ଲୋକ ଆକର୍ଷିତ ହୋଇପାରିଛନ୍ତି।

ସୂଚନାନୁଯାୟୀ, କନ୍ନଡ ସୁପରଷ୍ଟାର ସୁପରଷ୍ଟାର ପୁନୀତ୍‌ ରାଜକୁମାର ୪୬ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ପରଲୋକରେ ସମଗ୍ର କର୍ଣ୍ଣାଟକ ସହିତ ଦେଶରେ ଶୋକର ଛାୟା ଖେଳିଯାଇଥିଲା। ଅଭିନେତା ପୁନୀତ୍‌ ତାଙ୍କ ବାପାଙ୍କ ପରି ଆଖି ଦାନ କରିଥିଲେ। ଜଣାଶୁଣା ଅଭିନେତା ଡ. ରାଜକୁମାର ନିଜେ ୧୯୯୪ ରେ ତାଙ୍କ ପରିବାରର ଆଖି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୬ ମସିହାରେ ଡକ୍ଟର ରାଜକୁମାର ମଧ୍ୟ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ପୁନୀତଙ୍କ ବାପା ଡକ୍ଟର ରାଜକୁମାର ୨୦୦୬ ମସିହାରେ ଏବଂ ମା’ ପାର୍ବତମ୍ମା ୨୦୧୭ରେ ଚକ୍ଷୁ ଦାନ କରିଥିଲେ। ପରିବାରର ତୃତୀୟ ସଦସ୍ୟ ଭାବେ ପୁନୀତ୍‌ ତାଙ୍କ ଚକ୍ଷୁ ଦାନ କରିଛନ୍ତି । ପୁନୀତଙ୍କର ଦୁଇଟି ଫିଲ୍ମ ‘ଜେମ୍ସ ଏବଂ ଦିବିତ୍ୱ’ ପ୍ରସ୍ତୁତ ହୋଇସାରିଛି । ଯାହା ତାଙ୍କ ମୃତ୍ୟୁ ପରେ ମୁକ୍ତିଲାଭ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.