କରୋନା ଭାଇରସ୍‌ ଲକ୍‌ଡାଉନ୍‌କୁ ଫିଲ୍ମ ପରଦାରେ ଦେଖିବାକୁ ହୋଇଯାଆନ୍ତୁ ପ୍ରସ୍ତୁତ, ସାମ୍ନାକୁ ଆସିଲା ପ୍ରଥମ ଝଲକ୍‌

୨୦୨୦ ବର୍ଷ ଆରମ୍ଭ ହେବା ବେଳେ କେହି ଭାବି ବି ନଥିଲେ ଯେ ବର୍ଷଟି ଏତେ ଟେନ୍‌ସନ୍‌ରେ କଟିବ। ଫେବ୍ରୁଆରୀ-ମାର୍ଚ୍ଚ ମାସରେ ଭାରତରେ କୋଭିଡ୍‌-୧୯ ଧୀରେ ଧୀରେ ବ୍ୟାପିବାରେ ଲାଗିଲା। ଫଳରେ ଲୋକଙ୍କ ଜୀବନ ପୂରାପୂରି ବଦଳିଗଲା। ଏହି ମହାମାରୀ ଯୋଗୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଲୋକଙ୍କ ଠାରୁ ସବୁ କିଛି ଛଡ଼ାଇ ନେଲା। କାମ ବନ୍ଦ ହୋଇଯାଇଥିବାରୁ ଲୋକମାନେ ଘରେ ହାତ ବାନ୍ଧି ବସିଲେ। ଆଉ କିଛି ପ୍ରବାସୀ ଶ୍ରମିକ ଗାଡ଼ି ମଟର ନଥିବାରୁ ଚାଲି ଚାଲି ଭିଟାମାଟିକୁ ଫେରିଥିଲେ। ସେ ହୃଦୟ ବିଦାରକ ଦୃଶ୍ୟ କଥା ଭାବିଲେ ଏବେ ବି ଛାତି ଥରିଯାଏ।

ତେବେ ଏହି ଅଭୁଲା ଘଟଣା ଏବେ ପରଦାରେ ଦେଖିବାକୁ ମିଳିବ। ଲୋକପ୍ରିୟ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ‘ଇଣ୍ଡିଆ ଲକ୍‌ଡାଉନ୍‌’ନାମରେ ଏକ ମୁଭି ନେଇ ଆସୁଛନ୍ତି। ଫିଲ୍ମ କ୍ରିଟିକ୍‌ ତରଣ ଆଦର୍ଶ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ମଧୁର ଭଣ୍ଡାରକର ଫିଲ୍ମ ପାଇଁ ଷ୍ଟାର କାଷ୍ଟ ଫାଇନାଲ କରିଛନ୍ତି ଓ ପ୍ରଥମ ପୋଷ୍ଟର ମଧ୍ୟ ରିଭିଲ୍‌ କରିଦେଇଛନ୍ତି।

 

View this post on Instagram

 

A post shared by Taran Adarsh (@taranadarsh)


ଏହି ଫିଲ୍ମରେ ପ୍ରତୀକ ବବର, ସଇ ତାହ୍ମଣକର, ଶ୍ୱେତା ବସୁ ପ୍ରସାଦ, ଆହନା କୁମାର, ପ୍ରକାଶ ବେଲାବନି ଓ ଜରୀନ୍‌ ଶିହାବ ନଜର ଆସିବେ। ଫିଲ୍ମରେ ନିର୍ଦ୍ଦେଶନା ଦେବେ ମଧୁର ଭଣ୍ଡାରକର। ଆସନ୍ତା ସପ୍ତାହରୁ ଫିଲ୍ମ ସୁଟିଂ ଆରମ୍ଭ ହେବ। ଏହି ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ। ଭଣ୍ଡାରକର ଏଣ୍ଟରଟେନ୍‌ମେଣ୍ଟ ଓ ପିଜେ ମୋସନାଲ ପିକ୍‌ଚର୍ସ ମିଶି ଏହାକୁ ପ୍ରଡ୍ୟୁସ୍‌ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.