କରୋନା ବିପକ୍ଷ ଲଢ଼େଇରେ ଆଗକୁ ଆସିଲେ ନାନା ପାଟେକର, ଦେଲେ ଏତେ କୋଟି ଟଙ୍କା

ଚୀନର ବୁହାନ ସହରରୁ ବ୍ୟାପିବା ଆରମ୍ଭ କରିଥିବା କରୋନା ଭାଇରସ ଏବେ ୧୯୯ ଟି ଦେଶରେ କାୟା ବିସ୍ତାର କରିସାରିଲାଣି। ଏହି ଭାଇରସ ଯୋଗୁ ଲୋକ ଯେଉଁ ପରିମାଣରେ ସଂକ୍ରମିତ ହେଉଛନ୍ତି ସେହି ପରିମାଣରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଭାରତରେ ଏବେ ଯାଏଁ କରୋନାରେ ୧୦୦୦ରୁ ଊର୍ଦ୍ଧ୍ଵ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୩୨ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।

Mumbai: RTI activist to donate award money to Nana Patekar's NGO ...

ଏହି ସଙ୍କଟ ସମୟରେ ଦେଶର ପ୍ରଧାନମନ୍ତ୍ରୀ ଲୋକଙ୍କୁ ସାହାଯ୍ୟ ମାଗିଛନ୍ତି। ମୋଦି ପ୍ରଧାନମନ୍ତ୍ରୀ ଫଣ୍ଡକୁ ଦାନ କରିବାକୁ କହିଛନ୍ତି। ଇତିମଧ୍ୟରେ ଦେଶର ବଡ଼ ବଡ଼ ହସ୍ତୀମାନେ ପିଏମ ଫଣ୍ଡକୁ କୋଟି କୋଟି ଟଙ୍କା ଦାନ କରି ସାହାଯ୍ୟର ହାତ ବଢ଼ାଇଛନ୍ତି। ଏହି ତାଲିକାରେ ଏବେ ବଲିଉଡ ଅଭିନେତା ନାନା ପାଟେକର ମଧ୍ୟ ସାମିଲ ହୋଇଛନ୍ତି। ନାନା ପାଟେକର ୫୦ ଲକ୍ଷ – ୫୦ ଲକ୍ଷ ଟଙ୍କାର ମୋଟ ୧ କୋଟି ଟଙ୍କା ଦାନ କରିଛନ୍ତି। ସେ ନିଜ ନବେ ପ୍ରତିଶତ ପୁଞ୍ଜି ଦାନ କରିଥିବା ଜଣାଯାଇଛି।

ନାନା ପାଟେକର ଏହି ସାହାଯ୍ୟ ନିଜ ଫାଉଣ୍ଡେସନ ଜରିଆରେ ଦେଇଛନ୍ତି। ଏନେଇ ସେ ଟ୍ୱିଟ୍ କରି ଜଣାଇଛନ୍ତି। ଏଥିସହ ସେ ଏକ ଭିଡିଓ ବି ସେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ ଏଭଳି ଖରାପ ସମୟରେ ଜାତି ଧର୍ମ ଭୁଲି ସାହାଯ୍ୟର ହାତ ବଢ଼ାଇବା ଉଚିତ। ସୂଚନାଯୋଗ୍ୟ ଯେ ପୂର୍ବରୁ ଅକ୍ଷୟ କୁମାର, ସଲମାନ ଖାନ, ମହେନ୍ଦ୍ର ସିଂହ ଧୋନି ପ୍ରମୁଖ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.