ଏବେ ନାନା ଖୋଲିଲେ ମୁହଁ, CINTAAକୁ ପଠାଇଲେ ଅଭିଯୋଗର ଜବାବ୍

ମୁମ୍ବାଇ : ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ ଦତ୍ତାଙ୍କ ଯୌନ ନର୍ଯାତନା ଅଭିଯୋଗ ମାମଲାରେ ଜବାବ ରଖିଲେ ନାନା । ସିନେ ଆଣ୍ଡ ଟେଲିଭିଜନ୍‌ ଆଟିଷ୍ଟ ଆସୋସିଏସନ୍‌କୁ ଜବାବ ପଠାଇଛନ୍ତି ନାନା ପାଟେକର । ସେ କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ । ତନୁଶ୍ରୀ ଦତ୍ତାଙ୍କ ବିରୋଧରେ ସେ ଲିଗାଲ ଆକ୍ସନ ନେବେ ବୋଲି କହିଛନ୍ତି ।

Nana-Tanu

୨୦୦୮ ମସିହାରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ର ସୁଟିଂ ସମୟରେ ତାଙ୍କୁ ନାନାପାଟେକର ଅସଦାଚରଣ କରିଥିବା ତନୁଶ୍ରୀ ଦତ୍ତା ଅଭିଯୋଗ କରିଥିଲେ । ଏହା ପରେ ସିନେ ଆଣ୍ଡ ଟେଲିଭିଜନ୍‌ ଆଟିଷ୍ଟ ଆସୋସିଏସନ୍‌ ପକ୍ଷରୁ ନାନା ପାଟେକରଙ୍କୁ ନୋଟିସ୍‌ ପଠାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.