ବଲିଉଡ୍ ଷ୍ଟାର ରିତେଶ ଦେଶମୁଖ କମେଡି ଚରିତ୍ର ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବେଶ୍ ଜଣାଶୁଣା। ଗତ କିଛି ଦିନ ହେବ ରିତେଶ ନିଜ ନୂଆ ଲୁକ୍କୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଏହି ଅଭିନେତା ନିକଟରେ ଫ୍ରେଞ୍ଚ୍ ରେକର୍ଡ ପ୍ରଡ୍ୟୁସର ଡିଜେ ସ୍ନେକଙ୍କ ଭଳି ନିଜ ହେୟାରଷ୍ଟାଇଲ୍ କରିଛନ୍ତି। ଲୁକ୍କୁ ନେଇ ତାଙ୍କୁ ଅନେକ ଟ୍ରୋଲ୍ର ମଧ୍ୟ ସାମ୍ନା କରିବାକୁ ପଡ଼ିଛି। ତେବେ ପୁଣି ଥରେ ରିତେଶ ନିଜ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ରିତେଶ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ହିନ୍ଦୁ-ମୁସଲିମଙ୍କ ଏକତା ବିଷୟରେ ଖାସ୍ ସନ୍ଦେଶ ଦେଇଥିବା ଦେଖାଯାଇଛି।
ଦେଖନ୍ତୁ ଭିଡିଓ:
ରିତେଶ ଏହି ଭିଡିଓକୁ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ସେ ବେଗିସ୍ତାନ ଫିଲ୍ମର ଗୀତ ଗାଉଥିବା ଦେଖାଯାଇଛି। ଏହି ଫିଲ୍ମରେ ରିତେଶ ଦେଶମୁଖ ଜଣେ ମୁସଲମାନ ଯୁବକ ଭୂମିକାରେ ଅଭିନୟ କରିଛନ୍ତି। ଭିଡିଓରେ ସେ ଫିଲ୍ମର ମୌଲା ଗୀତ ଗାଉଛନ୍ତି।
ରିତେଶଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ବେଶ୍ ପଜିଟିଭ୍ ରିଆକ୍ସନ୍ ମିଳିଛି। ଲୋକମାନେ ରିତେଶଙ୍କ ଆକ୍ଟକୁ ପ୍ରଶଂସା କରୁଥିବା ଦେଖାଯାଇଛି। ଏଥିସହ ସବୁଧର୍ମକୁ ସମ୍ମାନ ଦେବାକୁ ଲୋକମାନେ ମତବ୍ୟକ୍ତ କରିଛନ୍ତି।