ରିଲିଜ ହେଲା RRR ଗୀତ ‘ଶୋଲେ’, ରାମଚରଣ ଓ ଜୁନିଅର ଏନଟିଆର ସହିତ ଆଲିଆ କଲେ ଜବରଦସ୍ତ ଡ୍ୟାନ୍ସ

ଆଲିଆ ଭଟ୍ଟ ଗତ କିଛିଦିନ ହେଲାଣି ବଲିଉଡରେ ନିଜର କ୍ରେଜ ବଢାଇଚାଲିଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ଗଙ୍ଗୁବାଈ କାଠିଆଓ୍ଵାଡି ଚର୍ଚ୍ଚା ନ ଥମୁଣୁ ଆଗାମୀ ଫିଲ୍ମ ଆରଆରଆର ସେଲିବ୍ରେସନ ଆନ୍ଥେମ ଗୀତ ‘ଶୋଲେ’ ରିଲିଜ ହୋଇଛି।

ଏସଏସ୍‌ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଆରଆରଆର(RRR) ବିଷୟରେ ଘୋଷଣା ହେବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି।  ଏହି ଗୀତରେ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର, ରାମଚରଣ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଦୁହିଁଙ୍କ ସହିତ ଆଲିଆ ଭଟ୍ଟ ମଧ୍ୟ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଗୀତର ସଂଗୀତ ରିୟା ମୁଖାର୍ଜୀ ଦେଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଏମଏମ କରିମ। ଗୀତକୁ ବିଶାଲ ମିଶ୍ର, ବେନି ଦୟାଲ, ସାହିଥି ଚଗନ୍ତି ଏବଂ ହରିକା ନାରାୟଣ ଗାଇଛନ୍ତି।

ଫିଲ୍ମରେ ଜୁନିଅର ଏନଟିଆର, ଆଲିଆ ଭଟ୍ଟ, ରାମଚରଙ୍କ ବ୍ୟତୀତ ଅଜୟ ଦେବଗନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମଟି ଆସନ୍ତା ୨୫ ତାରିଖରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲୟଲମ ଏବଂ କନ୍ନଡ ଭାଷାରେ ରିଲିଜ ହେବ।

video courtsey: T-Series

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.