ମୃତ୍ୟୁ ଧମକ ପରେ ଆତ୍ମରକ୍ଷା ନିମନ୍ତେ ସଲମାନ ଖାନ୍‌ଙ୍କୁ ଆର୍ମ ଲାଇସେନ୍ସ ପ୍ରଦାନ କଲା ମୁମ୍ବାଇ ପୋଲିସ

ବଲିଉଡ୍ ଅଭିନେତା ସଲମାନ ଖାନ୍‌ଙ୍କୁ ମିଳିଲା ଆର୍ମ ଲାଇସେନ୍ସ। ମୁମ୍ବାଇ ପୋଲିସ ସଲମାନ ଖାନଙ୍କୁ ଅସ୍ତ୍ର ଲାଇସେନ୍ସ ପ୍ରଦାନ କରିଛି। ଆତ୍ମରକ୍ଷା ପାଇଁ ଅଭିନେତାଙ୍କୁ ଏହି ଲାଇସେନ୍ସ ପ୍ରଦାନ କରାଯାଇଛି। କହିରଖୁଛୁ, ମେ ୨୯ ରେ ପଞ୍ଜାବର ମନସା ନିକଟରେ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିବାର କିଛି ଦିନ ପରେ ଜୁନ୍ ମାସରେ ସଲମାନ ଏବଂ ତାଙ୍କ ପିତାଙ୍କୁ ହତ୍ୟା ଧମକ ମିଳିଥିଲା। କିନ୍ତୁ, ସେ କେଉଁ ପ୍ରକାରର ଅସ୍ତ୍ର ଖରିଦ କରିପାରିବେ ତାହା ଉକ୍ତ ‘ଲାଇସେନ୍‌ସ୍’ରେ ଉଲ୍ଲେଖ କରାଯାଇନାହିଁ।

ଏହି ହତ୍ୟା ମାମଲାରେ ଲରେନ୍‌ସ୍‌ ବିଷ୍ଣୋଇଙ୍କ ଗ୍ୟାଙ୍ଗର ନାମ ଆସିଥିଲା। ଲରେନ୍‌ସ୍‌ ବିଷ୍ଣୋଇଙ୍କ ଏବେ ମଧ୍ୟ ଜେଲରେ ଅଛନ୍ତି, କିନ୍ତୁ କୃଷ୍ଣସାର ମୃଗ ଶିକାର ମାମଲା ସାମ୍ନାକୁ ଆସିବା ପରେ ମଧ୍ୟ ସେ ସଲମାନ ଖାନଙ୍କୁ ଧମକ ଦେଇଥିଲେ। କାରଣ ଏହି ମାଲାରେ ସଲ୍‌ମନ୍‌ ଥିଲେ ଅନ୍ୟତମ ଅଭିଯୁକ୍ତ। ଏହି ପରିସ୍ଥିତି ମଧ୍ୟରେ ଅଭିନେତା ଅତୀତରେ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପାଇଁ ଆବେଦନ କରିଥିଲେ, ଯାହା ବର୍ତ୍ତମାନ ମୁମ୍ବାଇ ପୋଲିସ ଦ୍ୱାରା ଗ୍ରହଣ କରାଯାଇଛି ଏବଂ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗତ ମାସରେ ସଲ୍‌ମନ୍‌ ମୁମ୍ବାଇ ପୁଲିସ କମିସନର୍‌ଙ୍କୁ ଭେଟିବା ପରେ ‘ଲାଇସେନ୍‌ସ୍‌’ ଜାରି କରୁଥିବା କର୍ତ୍ତୃପକ୍ଷ ଆବଶ୍ୟକ ତଦନ୍ତ କରିଥିଲେ। ବନ୍ଧୁକ ‘ଲାଇସେନ୍‌ସ୍‌’ ପାଇବା ପାଇଁ ସେ ଗତ ମାସରେ ମୁମ୍ବାଇ ପୁଲିସ ମୁଖ୍ୟାଳୟକୁ ଯାଇ କମିସନର୍‌ ବିବେକ ଫାନ୍‌ସଲକର୍‌ଙ୍କୁ ଭେଟିଥିଲେ। ନିଜର ଏବଂ ପରିବାରବର୍ଗଙ୍କ ସୁରକ୍ଷା ନିମନ୍ତେ ତାଙ୍କର ବନ୍ଧୁକଟିଏ ଲୋଡ଼ା ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.