ଶାହାରୁଖଙ୍କ ନୂଆ ଆଡ୍‌ ସେୟାର କଲେ ସଲମାନ୍‌ ଖାନ୍‌, କିଙ୍ଗ୍‌ ଖାନ୍‌ କହିଲେ-ଏବେ ବି ଅଛି ଭଲ ପାଇବା

ଏବେ କରୋନା କାଳରେ ସିନେମା ଜଗତରେ ସବୁ କିଛି ବଦଳିଯାଇଛି। ପୂର୍ବରୁ ଫିଲ୍ମଗୁଡ଼ିକ ସିନେମା ହଲରେ ରିଲିଜ୍‌ ହେଉଥିଲା, କିନ୍ତୁ ଏବେ ଡିଜିଟାଲ ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍‌ ହେଉଛି। କରୋନା ଆସିବା ପରେ ଓଟିଟି ପ୍ଲାଟଫର୍ମର ଚାହିଦା ବଢ଼ିଯାଇଛି। ଏବେ ପ୍ରାୟ ଅଧିକାଂଶ ସିନେଷ୍ଟାର ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିସାରିଲେଣି। ତେବେ ନିକଟରେ କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ୍‌ ମଧ୍ୟ ଓଟିଟି ପ୍ଲାଟଫର୍ମରେ ଆସୁଥିବା ନେଇ ଈଶାରାରେ କହିଛନ୍ତି।

ଇତିମଧ୍ୟରେ ସଲମାନ୍‌ ଖାନ୍‌ ବନ୍ଧୁ ଶାହାରୁଖ ଖାନ୍‌ଙ୍କର ଏହି ଆଡ୍‌ ସେୟାର କରିଛନ୍ତି। ଏହି ଭିଡିଓ ଆପଣଙ୍କୁ କରଣ ଅର୍ଜୁନ ଫିଲ୍ମ କଥା ମନେ ପକାଇ ଦେବ। ଶାହାରୁଖଙ୍କର ଏହି ଆଡ୍‌ ସେୟାର କରି ସଲମାନ୍‌ କ୍ୟାପସନ୍‌ରେ ଲେଖିଛନ୍ତି ‘ସ୍ୱାଗତ କରିବନି ଶାହାରୁଖ ଖାନ୍‌ଙ୍କୁ?’ ଏହାର ଜବାବରେ ଶାହାରୁଖ ଲେଖିଛନ୍ତି- ‘ଧନ୍ୟବାଦ ଭାଇଜାନ। ଏହି ବନ୍ଧନ ଏବେ ବି ଭଲ ପାଇବାର ବନ୍ଧନ ଅଛି’।

ସୂଚନାଯୋଗ୍ୟ ଯେ ଶାହାରୁଖ ଖାନ୍‌ ଓ ସଲମାନ୍‌ ଖାନ୍‌ଙ୍କ ଯୋଡ଼ିକୁ ବଲିଉଡ୍‌ର ସବୁଠୁ ହିଟ୍‌ ଯୋଡ଼ି ବୋଲି କୁହାଯାଏ। ଏହ ଦୁଇ ଷ୍ଟାର ଏକାଠି ଅନେକ ଫିଲ୍ମରେ ନଜର ଆସିଛନ୍ତି। ଫ୍ୟାନ୍‌ମାନେ ଆଜି ବି ଏମାନଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରନ୍ତି। ତେବେ ସୋସିଆଲ ମିଡିଆରେ ବି ଏହି ଦୁଇ ଷ୍ଟାର ସବୁବେଳେ ପରସ୍ପରକୁ ସମର୍ଥନ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.