ଏକାଠି ହେବେ ଐଶଙ୍କ ପ୍ରେମୀ ଓ ସ୍ବାମୀ : ଅଭିଷେକଙ୍କ ସହ କାମ କରିବାକୁ ରାଜି ହେଲେ ସଲମାନ୍, ହେଲେ ଗୋଟିଏ ସର୍ତ୍ତ . . . .

ଏକାଠି ହେବ ଐଶଙ୍କ ପ୍ରେମୀ ଏବଂ ସ୍ବାମୀ । ଗୋଟିଏ ସିନେମାରେ ନଜର ଆସିବେ ସଲମାନ୍ ଏବଂ ଅଭିଷେକ । ଅପକମିଙ୍ଗ୍ ସିନେମା ଧୁମ୍ – ୪ରେ ଅଭିଷେକଙ୍କ ସହ ଏକାଠି ଅଭିନୟ କରିବାକୁ ରାଜି ହୋଇଛନ୍ତି ଭାଇଜାନ୍ । ହେଲେ ରଖିଛନ୍ତି ଗୋଟିଏ ସର୍ତ୍ତ । ଯାହାକୁ ଶୁଣି ଏବେ ଚିନ୍ତାରେ ୟଶରାଜ୍ ବ୍ଯାନର୍ । ସଲମାନଙ୍କ ସର୍ତ୍ତ ହେଉଛି ଗୋଟିଏ ସିନେମାରେ ଅଭିଷେକଙ୍କ ସହ କାମ କରିବେ କିନ୍ତୁ ଗୋଟିଏ ସିନରେ ନୁହେଁ । ଅର୍ଥାତ୍ ଗୋଟିଏ ସିନରେ ଜୁନିୟର୍ ବଚ୍ଚନଙ୍କ ସହ ଅଭିନୟ କରିବେନି ସଲମାନ୍ ।

ଉଲ୍ଲେଖଯୋଗ୍ଯ ଧୁମ୍ ସିରିଜରେ ସର୍ବଦା ଜଣେ ପୋଲିସ୍ ଅଫିସରର ଭୂମିକାରେ ନଜର ଆସନ୍ତି ଅଭିଷେକ । ଧୁମ- ୧ରେ ଜନ୍ ଇବ୍ରାହିମ୍ ହୁଅନ୍ତୁ ବା ଧୁମ-୨ରେ ହ୍ରିତିକ୍ ରୋଷନ୍ କିମ୍ବା ଧୁମ୍ – ୪ରେ ଆମୀର୍ ଖାନ୍ । ଫିଲ୍ମ ଭିତରେ ସମସ୍ତଙ୍କ ସହ ଅଭିଷେକଙ୍କ ସାମ୍ନା ସାମ୍ନି ହୋଇଛି । ଆଉ ଏମିତିରେ ସଲମାନଙ୍କ ସର୍ତ୍ତ ଫିଲ୍ମ ମେକର୍ସଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଛି ।

ତେବେ ଅଭିଷେକଙ୍କ ସହ ସଲମାନଙ୍କ ସମ୍ପର୍କ ସେତେ ବି ଖରାପ ନାହିଁ । ଐଶ୍ବର୍ଯ୍ଯାଙ୍କ ସହ ଯଦିଓ ସଲମାନଙ୍କ କୌଣସି ସଂପର୍କ ଏବେ ନାହିଁ କିନ୍ତୁ ଅଭିଷେକଙ୍କ ସହ ଅନେକ ଥର ଭାଇଜାନଙ୍କୁ ଦେଖିବାକୁ ମିଳିଛି । ପବ୍ଲିକ୍ ଇଭେଂଟରେ ଖୁବ୍ ଭଲରେ ବିଗ୍ ବି ଏବଂ ଅଭିଷେକଙ୍କ ସହ ମିଶନ୍ତି ସଲମାନ୍ । ଏବେ ଏମିତିରେ ଜୁନିୟର୍ ବଚ୍ଚନଙ୍କ ସ୍କ୍ରିନ୍ ସେୟାର କରିବାରେ ସଲମାନଙ୍କ ସମସ୍ଯା କଣ ତାହା କେବଳ ସେ ହିଁ କହିପାରିବେ । କିନ୍ତୁ ଦେଖିବାର ରହିଲା ଯେ ସଲମାନଙ୍କ ସର୍ତ୍ତ ପରେ ୟଶରାଜ୍ ବ୍ଯାନର୍ ତାଙ୍କ କାମ କରିବାକୁ ରାଜି ହେଉଛନ୍ତି କି ନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.