ତୃତୀୟ ନୁହେଁ ଚତୁର୍ଥ ଷ୍ଟେଜ୍‌ କ୍ୟାନ୍‌ସର ସହ ଲଢ଼ୁଛନ୍ତି ସଞ୍ଜୟ ଦତ୍ତ, ମେଡିକାଲ କର୍ତ୍ତୃପକ୍ଷ କଲେ ଖୁଲାସା

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ କିଛି ଦିନ ତଳେ ନିଃଶ୍ୱାସ ନେବାକୁ ସମସ୍ୟା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଥାର୍ଡ ଷ୍ଟେଜ୍‌ ଫୁସ୍‌ଫୁସ୍‌ କ୍ୟାନ୍‌ସର ହୋଇଥିବା ଜଣାପଡ଼ିଥିଲା। ସଞ୍ଜୁ ବାବାଙ୍କୁ କ୍ୟାନ୍‌ସର ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ଇତି ମଧ୍ୟରେ ନିକଟରେ ଆଉ ଏକ ଖବର ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ସଞ୍ଜୟଙ୍କୁ ଷ୍ଟେଜ୍‌ ୩ ନୁହେଁ ବରଂ ଷ୍ଟେଜ୍‌ ୪ କ୍ୟାନ୍‌ସର ହୋଇଛି।

ରିପୋର୍ଟ ମୁତାବକ ମେଡିକାଲର ସାର୍ସ ସ୍ପଷ୍ଟ କରିଛନ୍ତି ଯେ ସଞ୍ଜୟ ଦତ୍ତଙ୍କୁ ୪ର୍ଥ ଷ୍ଟେଜ୍‌ ଫୁସ୍‌ଫୁସ୍‌ କ୍ୟାନ୍‌ସର ହୋଇଛି। ଏହି ଖବର ଜାଣିବା ପରେ ଫ୍ୟାନ୍‌ମାନେ ଖୁବ୍‌ ଚିନ୍ତିତ ହୋଇପଡ଼ିଛନ୍ତି ଓ ତାଙ୍କ ସୁସ୍ଥତା କାମନା କରିଛନ୍ତି।

sanjay dutt1

କ୍ୟାନସରର ଚିକିତ୍ସା ଲାଗି ସଞ୍ଜୟ ଦତ୍ତ ଆମେରିକା ଯାଇଥାନ୍ତେ। କିନ୍ତୁ ତାଙ୍କର ୟୁଏସ୍‌ ଭିସା ନାହିଁ। ଏଥିସହ ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ହୋଇଥିବାରୁ ତାଙ୍କୁ ଭିସା ନ ମିଳିବାର ଆଶଙ୍କା ଅଧିକ ରହିଛି। ଏସବୁ ସମସ୍ୟାକୁ ଦେଖି ତାଙ୍କୁ ଚିକିତ୍ସା ପାଇଁ ସିଙ୍ଗା ପୁର ନିଆଯିବ ବୋଲି ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.