‘ଡଙ୍କି’ର ସୁଟିଂ ସେଟରୁ ଲିକ୍ ହେଲା ଶାହରୁଖ ଓ ତାପ୍‌ସୀଙ୍କ ଫଟୋ, ନିର୍ଦ୍ଦେଶକ ରାଜକୁମାର ହିରାନୀ ଅସନ୍ତୁଷ୍ଟ

ସୁପରଷ୍ଟାର ଶାହରୁଖ ଖାନ ଓ ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ହିରାନୀ ଏକାଠି ଡଙ୍କି ନାମକ ପ୍ରୋଜେକ୍ଟରେ କାମ କରୁଛନ୍ତି। ବଲିଉଡର ଦୁଇ ବଡ଼ ସେଲିବ୍ରିଟି ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି। ଚାରି ବର୍ଷ ପରେ ଶାହରୁଖଙ୍କ ଫିଲ୍ମର କିଛି ଫଟୋ ସାମ୍ନାକୁ ଆସିଛି। ଏନେଇ ନିର୍ଦ୍ଦେଶକ ଅସନ୍ତୁଷ୍ଟ ଥିବା ଜଣାଯାଇଛି। ଏକ ଫଟୋରେ ଶାହରୁଖ ତାପ୍‌ସୀଙ୍କ ସାମ୍ନାରେ ଆଣ୍ଠୁ ମାଡ଼ି ବସିଥିବା ଦେଖାଯାଇଛି। ତେବେ ଏହି ଫଟୋ ନେଇ ତାପ୍‌ସୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ସୁଟିଂ ବେଳେ ସିକ୍ୟୁରିଟି ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଏ ଯେମିତି କୌଣସି ସୂଚନା ବାହାରକୁ ନ ଆସିବ ତା ଉପରେ ମଧ୍ୟ ଦୃଷ୍ଟି ଦିଆଯାଏ।

ତାପ୍‌ସୀ ପନ୍ନୁ କହିଛନ୍ତି, ରାଜୁ ଚାହାନ୍ତି ପ୍ରଥମେ ଫିଲ୍ମ ଶେଷ ହେଇଯାଉ। ତା’ପରେ ସୂଚନା ବାହାରକୁ ଆସୁ। କିନ୍ତୁ ଏଭଳି ଫଟୋ ବାହାରକୁ ଆସୁଥିବାରୁ ସେ ଚିନ୍ତାରେ ଅଛନ୍ତି। ଶାହରୁଖ ସାର ମଧ୍ୟ ଏହି ଅନ୍ଦାଜରେ କାମ କରିବାକୁ ଚାହୁଁଛନ୍ତି। କିନ୍ତୁ ବଲିଉଡର କିଙ୍ଗ ଖାନଙ୍କ ସହ କାମ କରିବା ଏତେଟା ସହଜ ନୁହେଁ। ଶାହରୁଖ ଯେଉଁଠାରେ ବି ସୁଟିଂ କରନ୍ତି, ସେଠାରେ ଭିଡ଼କୁ ନିୟନ୍ତ୍ରଣ କରିବା ଭାରି କଷ୍ଟସାଧ୍ୟ ହୋଇଥାଏ।

ଏହି ଫିଲ୍ମରେ ଶାହରୁଖ ଖାନ ଓ ତାପ୍‌ସୀ ପନ୍ନୁ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମର କାହାଣୀ ଲେଖିଛନ୍ତି ରାଜକୁମାର ହିରାନୀ, ଅଭିଜାତ ଯୋଶୀ ଓ କନିକା ଢିଲ୍ଲେ। ଫିଲ୍ମର ନିର୍ମାଣ କରୁଛନ୍ତି ରାଜକୁମାର ହିରାନୀ ଓ ଗୌରୀ ଖାନ।

ଫିଲ୍ମର ବାକି ତଥ୍ୟକୁ ସିକ୍ରେଟ୍ ରଖାଯାଇଛି। ତେବେ ପ୍ରଥମ ଥର ପାଇଁ ରାଜକୁମାରଙ୍କ ଫିଲ୍ମରେ ଶାହରୁଖ ଖାନ ଅଭିନୟ କରୁଥିବାରୁ ଦର୍ଶକମାନେ ଏହାକୁ ଅପେକ୍ଷା କରି ରହିଛନ୍ତି। ଏହି ଫିଲ୍ମ ୨୨ ଡିସେମ୍ବର ୨୦୨୨ରେ ପରଦାକୁ ଆସିବ।

Also Read: ଝିଅମାନଙ୍କ ଉଚ୍ଚ ଶିକ୍ଷା ପାଇଁ ସ୍କଲାରସିପ୍‌ ଘୋଷଣା, ମାସିକ ମିଳିବ ୧ ଲକ୍ଷ ଟଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.