‘ଇଣ୍ଡିଆନ୍‌ ପୁଲିସ ଫୋର୍ସ’ ପାଇଁ ସୁଟିଂ କରୁ କରୁ ଭାଙ୍ଗିଗଲା ଶିଳ୍ପାଙ୍କ ଗୋଡ, ଫ୍ୟାନ୍ସଙ୍କ ଆଶୀର୍ବାଦ କାମନା କରୁଛନ୍ତି ଅଭିନେତ୍ରୀ

ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଖୁବଶୀଘ୍ର ରୋହିତ ଶେଟ୍ଟୀଙ୍କ ୱେବ ସିରିଜ ଇଣ୍ଡିଆନ ପୁଲିସ ଫୋର୍ସରେ ନଜର ଆସିବେ । ଏହି ପ୍ରୋଜେକ୍ଟ ପାଇଁ ଶିଳ୍ପା କଡା ପରିଶ୍ରମ କରୁଛନ୍ତି। ରୋହିତଙ୍କ ନୂଆ ପ୍ରୋଜେକ୍ଟରେ କାମ କରିବା ସମୟରେ ଆହତ ହୋଇଛନ୍ତି। ଶିଳ୍ପାଙ୍କ ଏଭଳି ଅବସ୍ଥା ଦେଖି ଫ୍ୟାନ୍ସ ଚିନ୍ତିତ ହୋଇପଡିଛନ୍ତି। ଶିଳ୍ପା ଶୁଟିଂ ସମୟରେ ଆହତ ହୋଇଛନ୍ତି।

ଅଭିନେତ୍ରୀ ଏହାର ସୁଟିଂ ସହ ଯୋଡ଼ି ହୋଇଥିବା ଫଟୋ ଏବଂ ଭିଡ଼ିଓ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥାନ୍ତି । ଶିଳ୍ପା ପୋଷ୍ଟ କରିଥିବା ଫଟୋରେ ହ୍ଵିଲି ଚେୟାରରେ ବସିଥିବା ବେଳେ ତାଙ୍କ ଗୋଡ଼ରେ ଏକ ଲମ୍ବା ପ୍ଲାଷ୍ଟର ବନ୍ଧାଯାଇଛି । ସେ ତାଙ୍କର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ଫ୍ୟାନ୍ସମାନଙ୍କୁ ଖୁବଶୀଘ୍ର ଫେରିବେ ବୋଲି କଥା ଦେଇଛନ୍ତି ।

ଶିଳ୍ପା ଶେଟ୍ଟୀ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ହୁଇଲ୍ ଚେୟାରରେ ବସିଥିବା ନଜର ଆସୁଛନ୍ତି । ଏହି ଫଟୋରେ ତାଙ୍କ ଗୋଡ଼ର ଜଙ୍ଘରୁ ନେଇ ତଳ ପର୍ଯ୍ୟନ୍ତ ବଡ଼ ପ୍ଲାଷ୍ଟର ବନ୍ଧା ଯାଇଛି । ମାତ୍ର ଅଭିନେତ୍ରୀ ଜଣଙ୍କ ଫଟୋରେ ହସୁଥିବାର ନଜର ଆସିବା ସହ ଭିକ୍ଟ୍ରିର ସାଇନ ଦେଉଥିବା ଦେଖାଯାଉଛନ୍ତି ।

ଏହି ଫଟୋକୁ ସେୟାର କରି ଶିଳ୍ପା ଲେଖିଛନ୍ତି କି, ରୋଲ, କ୍ୟାମେରା, ଆକ୍ସନ ଏବଂ ଗୋଡ଼ ଭାଙ୍ଗିଯାଇଛି । ୬ସପ୍ତାହ ପର୍ଯ୍ୟନ୍ତ ଆକ୍ସନରୁ ବାହାରେ ରହିଛି । କିନ୍ତୁ ମୁଁ ଖୁବଶୀଘ୍ର ମଜବୁତ ଏବଂ ଭଲ ହୋଇ ଫେରିବି । ସେତେବେଳ ପର୍ଯ୍ୟନ୍ତ ଆଶୀର୍ବାଦ କରନ୍ତୁ । ଆପଣଙ୍କ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା’ ।

ସୂଚନାଯୋଗ୍ୟ, ଶିଳ୍ପା ଶେଟ୍ଟୀ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଅପ୍‌କମିଂ ୱେବ ସିରିଜ ‘ଇଣ୍ଡିଆନ୍‌ ପୋଲିସ ଫୋର୍ସ’ରେ ଖୁବଶୀଘ୍ର ନଜର ଆସିବେ। ରୋହିତ ସେଟ୍ଟୀ ଏହି ସିରିଜର ଏକ ଆକ୍ସନ ସିନ୍‌ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.