୧୦୦୦ ଘଣ୍ଟାରେ ତିଆରି ହେଲା ସୋଫିଙ୍କ ୱେଡିଂ ଗାଉନ୍, ବିବାହ କଲେ ପ୍ରିୟଙ୍କାଙ୍କ ଦେଢ଼ଶୂର, କେତେଜଣ ଏମ୍ବ୍ରୋଡ୍ରୟର ସାମିଲ ଥିଲେ ଜାଣନ୍ତୁ
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବଡ଼ ଯାଆ ଅଭିନେତ୍ରୀ ସୋଫି ଟର୍ନର ଓ ଦେଢ଼ଶୂର ଜୋ ଜୋନସ୍ ଫ୍ରାନ୍ସର ଆକର୍ଷଣୀୟ ‘ଚତେଆଓ ଦେ ଟୋରେଓ’ କିଲ୍ଲାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ ସମୟରେ ସୋଫି ଯେଉଁ ଗାଉନ୍ ପିନ୍ଧିଥିଲେ, ତାହା ସମ୍ବନ୍ଧୀୟ କିଛି ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି। ଲୁଇସ୍ ୱିଟନର ୱିମେନସ୍ କଲେକ୍ସନରେ ଅଳଙ୍କରଣ କାମ ସମ୍ଭାଳୁଥିବା ନିକୋଲାସ୍ ଘେସକ୍ବେର୍ ଏହି ୱେଡିଂ ଡ୍ରେସକୁ ଡିଜାଇନ୍ କରିଥିଲେ।
ସୋଫିଙ୍କ ଡ୍ରେସ୍ ଡିଭାଇନ୍ କରିବାକୁ ପ୍ରାୟ ୧୦ରୁ ଅଧିକ ଦର୍ଜି ସାମିଲ ହୋଇଥିଲେ। ଡ୍ରେସରେ ଫୁଲରେ ସଜା ହୋଇଥିବା ଓଢ଼ଣୀ ବେଶ୍ ଆକର୍ଷଣୀୟ ଥିଲା। ଏହାସହିତ ସିଲ୍କ ଓ ସାଟିନ୍ ସିଲ୍କର କାମ ହୋଇଥିଲା, ଯାହାକୁ ତିଆରି କରିବାକୁ ପାଖାପାଖି ୩୫୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।
ଏକ ରିପୋର୍ଟ ଅନୁସାରେ, ଏମ୍ବ୍ରୋଡ୍ରୟରମାନେ ଏହି ଡ୍ରେସ୍ ପାଇଁ ୧୦୫୦ ଘଣ୍ଟା ପରିଶ୍ରମ କରିଥିଲେ। ଯଦିଓ ତାହା ପ୍ରିୟଙ୍କାଙ୍କ ଡ୍ରେସ୍ ତିଆରି ସମୟଠାରୁ ଅଧିକ ନ ଥିଲା। ଏଠାରେ କହିରଖୁଛୁ କି, ପ୍ରିୟଙ୍କା ଚୋପ୍ରା ନିଜ ବିବାହରେ ଯେଉଁ ଗାଉନ୍ ପିନ୍ଧିଥିଲେ, ତାହାକୁ ତିଆରି କରିବାକୁ ଏମ୍ବ୍ରୋଡ୍ରୟରମାନଙ୍କୁ ୧୮୨୬ ଘଣ୍ଟା ସମୟ ଲାଗିଥିଲା, ଯାହାକି ଦୁନିଆର ସବୁଠାରୁ ଲମ୍ବା ଗାଉନ୍ ଥିଲା।
ଏହାସହ ପଢ଼ନ୍ତୁ : ‘ବିଗ୍ ବସ୍ ୧୩’ରେ ୪୦୦ କୋଟି ନୁହେଁ, ଏତିକି ନେବେ ସଲମାନ୍ ଖାନ୍, ଜାଣନ୍ତୁ ଏପିସୋଡ୍ ଫିଛା କେତେ ରହିଛି ଫିସ୍
ଆଉ ସୋଫିଙ୍କ ଗାଉନ୍ କଥା ଉଠିଲେ, ଏଥିରେ ୧୪ ମିଟରର ଓଢ଼ଣୀ ରହିଥିଲା। ଡିଜିଟାଲ ଦ୍ବାରା ଡିଜାଇନ୍ କରାଯାଇଥିବା ଏହି ଓଢ଼ଣୀ ଏକ ପାର୍ଟନରେ ଢକାଯାଇଥିଲା। ଏହି ପାର୍ଟନରେ ୬ ଲକ୍ଷ ୫୦ ହଜାର ଷ୍ଟିଚ୍ ପଡ଼ି ସିଲାଇ କରାଯାଇଥିଲା।
ଗାଉନର ତଳ ଭାଗ ପ୍ୟାନେଲରେ ୫୦,୪୦୦ କ୍ରିଷ୍ଟଲ ମାଳି ଏବଂ ୫୦,୪୦୦ ଧଳା ମାଳି ବ୍ୟବହାର କରାଯାଇଥିଲା। ଯଦି ଆମେ ଡ୍ରେସର ହେମ୍ କଥା କହିବା, ତେବେ ଏହାକୁ ଏକ ପ୍ରାକ୍ତିକ ରୂପ ଏବଂ ସୁନ୍ଦର କରିବା ପାଇଁ ହାତରେ ଡିଜାଇନ୍ କରାଯାଇଥିଲା।