‘ଶେରା ନରସିଂହ ରେଡ୍ଡି’ ଚଳଚ୍ଚିତ୍ରକୁ ନେଇ ମୁଣ୍ଡ ଟେକିଛି ବିବାଦ, ଜାଣନ୍ତୁ କାହିଁକି

‘ଶେରା ନରସିଂହ ରେଡ୍ଡି’ ଚଳଚ୍ଚିତ୍ରକୁ ନେଇ ବିବାଦ ମୁଣ୍ଡ ଟେକିଛି। ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ମୁକ୍ତିଲାଭ କରିବାକୁ ଯାଉଥିବା  ଏହି ଚଳଚ୍ଚିତ୍ର ୧୮୪୭ ମସିହାରେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣଲ ଜିଲ୍ଲାର ରାୟଲସୀମାରେ ୱାଲାୱାଡା ନରସିଂହ ରେଡ୍ଡିଙ୍କ ନେତୃତ୍ବରେ ହୋଇଥିବା କୃଷକ ଆନ୍ଦୋଳନକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦର୍ଶାଯା‌ଇଥିବ‌ାରୁ ବିବାଦର ସୂତ୍ରପାତ ହୋଇଛି।

Syeraa-Narasimhaଚଳଚ୍ଚିତ୍ରରେ ଲର୍ଡ କର୍ଣ୍ଣୱାଲିସ୍‌ଙ୍କ ସ୍ଥାୟୀ ବନ୍ଦୋବସ୍ତ ବିରୋଧରେ ୫ହଜାରରୁ ଅଧିକ କୃଷକ ବ୍ରିଟିସ୍ ଶାସନ ବିରୋଧରେ ୧୮୪୭ରେ ସ୍ବର ଉଠାଇଥିଲେ। ମାତ୍ର ଏହାର ଯଥେଷ୍ଟ ପୂର୍ବରୁ ୧୮୦୪ ମସିହାରେ ଜୟୀ ରାଜଗୁରୁଙ୍କ ନେତୃତ୍ବରେ ବ୍ରିଟିସ୍‌ ସରକାର ବିରୋଧରେ ଖୋର୍ଧା ରାଜ ବିଦ୍ରୋହ ସଂଘଠିତ ହୋଇଥିଲା।

ଏହା ସହ ପଢନ୍ତୁ:

ରେସଲିଙ୍ଗ୍‌ ରିଙ୍ଗ୍‌ ଭିତରେ ଜବରଦସ୍ତ ଠୁମକା ଲଗାଇଲେ ସପନା ଚୌଧୁରୀ, ଥରେ ଦେଖନ୍ତୁ ଏହି ଡାନ୍ସ ଭିଡିଓ

୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ଭାରତ ବର୍ଷ ପ୍ରଥମ ସଶସ୍ତ୍ର ଗଣ ବିପ୍ଳବ ଆରମ୍ଭ ହୋଇଥିଲା। ତେଣୁ ଚଳଚ୍ଚିତ୍ରରେ ୧୮୪୭ରେ ଆନ୍ଧ୍ରପ୍ରଦେଶରେ ହୋଇଥିବା କୃଷକ ଆନ୍ଦୋଳନକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦେଖାଇ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରାଯାଉଛି ବୋଲି ଐତିହାସିକମାନେ କହିଛନ୍ତି। ଦର୍ଶକଙ୍କୁ ଭୁଲ ଇତିହାସ ଦେଖାଇ ବିଭ୍ରାନ୍ତ କରିବାର ଅଧିକାର କୌଣସି ପ୍ରଯୋଜକ ଓ ନିର୍ଦେଶକଙ୍କର ନାହିଁ ବୋଲି ଐତିହାସିକମାନେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.