ଏଥର ନୋ ରୁଲ୍ସ ସହିତ ଆସୁଛି ‘ବିଗ୍ ବସ୍ ୧୬’; ଖୁବ୍ ହେବ ମାଡ଼ଗୋଳ! ଶୋ’ର ନୂଆ ପ୍ରୋମୋ ସମସ୍ତଙ୍କୁ କରିଦେଲା ଆଶ୍ଚର୍ଯ୍ୟ
ସଲମାନ ଖାନ ନିଜ ବିବାଦୀୟ ରିୟାଲିଟି ଶୋ’ ‘ବିଗ୍ ବସ୍’ ସିଜନ୍ ୧୬ ସହିତ ପୁଣିଥରେ ଟିଭି ପରଦାକୁ ଆସିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ରିୟାଲିଟି ଶୋ’ର ଶେଷ ସିଜନ ବହୁତ ଧମାକାଦାର ରହିଥିଲା, ଏହି କାରଣରୁ ପ୍ରଶଂସକମାନେ ଶୋ’ର ନୂଆ ସିଜନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ‘ବିଗ୍ ବସ୍ ୧୬’ର ପ୍ରଥମ ପ୍ରୋମୋ ନିର୍ମାତାମାନଙ୍କ ଦ୍ୱାରା ସେୟାର କରାଯାଇଥିଲା, ଯେଉଁଥିରେ ସଲମାନ ଖାନ କହିଥିଲେ କି, ଏଥର ସେ ନିଜେ ବିଗ୍ ବସ୍ ଖେଳୁଥିବାର ଦେଖାଯିବେ। ସେପଟେ ଶୋ’ର ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହାକି ଅତ୍ୟନ୍ତ ମଜାଦାର ରହିଛି।
ବାସ୍ତବରେ, କଲର୍ସ ଚ୍ୟାନେଲର ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ବିଗ୍ ବସ୍ ୧୬’ର ନୂଆ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ‘ବିବି ୧୬’ର ସେଟ୍ ଦେଖିବାକୁ ମିଳୁଛି। ଏହି ଭିଡିଓ ଦେଖି କୁହାଯାଇପାରେ ଯେ ଏଥର ପ୍ରତିଯୋଗୀମାନଙ୍କ ଦୁନିଆ ବଦଳିବାକୁ ଯାଉଛି। ଏହି ଭିଡିଓରେ ‘ବିଗ୍ ବସ୍ ୧୬’ର କ୍ୟାମେରା ପଛର ଦୃଶ୍ୟ ଦେଖାଯାଇଛି। ଭିଡିଓ କ୍ୟାମେରାରୁ ଆରମ୍ଭ ହେଉଛି, ଯାହା ‘ବିଗ୍ ବସ୍’ର ଆଖି ପରି ଦିଶୁଛି। ଏହାପରେ ଏକ ସେଟ୍ରେ ଅନେକ ଲୋକ ଉପସ୍ଥିତ ଅଛନ୍ତି। ସେଠାରେ ଧୂଳି, ମାଟି ଭରି ହୋଇ ରହିଛି।
ଭିଡିଓରେ ଆହୁରି ଦେଖାଯାଇ ପାରିବ ଯେ ସଲମାନ ଖାନ ଏହି ଧୂଳି, ମାଟି ସ୍ଥାନରେ ଶୁଟିଂ କରୁଛନ୍ତି। ସେଠି କ୍ୟାମେରା ରୋଲିଂ ସହିତ ସେ ନିଜକୁ ଓଲଟପାଲଟ କରୁଛନ୍ତି। ଏହାରି ଭିତରେ ଭିଡିଓର ବ୍ୟାକ୍ଗ୍ରାଉଣ୍ଡରେ ତାଙ୍କ ସ୍ୱର ଆସୁଛି ଏବଂ ସେ କହୁଛନ୍ତି କି, ନିୟମ ଏହା ହେଉଛି ଯେ କୌଣସି ନିୟମ ନାହିଁ। ଏବେ ବିଗ୍ ବସ୍ର ସମୟ। ସେପଟେ ଏହି ଭିଡିଓର କ୍ୟାପସନ୍ ମଧ୍ୟ ମଜାଳିଆ ରହିଛି। ଭିଡିଓ ସେୟାର କରି ନିର୍ମାତା ଲେଖିଛନ୍ତି, ‘ନୋ ରୁଲ୍ସ ସହିତ, ଏହା ବିଗ୍ ବସ୍ର ସମୟ’।
ବିଗ୍ ବସ୍ର ଏହି ନୂଆ ପ୍ରୋମୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏହି ଭିଡିଓରେ ଜବରଦସ୍ତ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଭାଇ ଇଜ୍ ବ୍ୟାକ୍’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ମାନେ ଏଥର ଫୁଲ୍ ଅଫ୍ ମାଡ଼ଗୋଳ ହେବ’। ଆଉ ଜଣେ ୟୁଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ‘ଓଃ ଗଡ୍ ଫାଇନାଲି ବିଗ୍ ବସ୍ ଆସୁଛି’।
View this post on Instagram
ରିପୋର୍ଟ ମୁତାବକ, ଏଥର ଅଭିନେତା ସଲମାନ ଖାନ ଶୋ’କୁ ହୋଷ୍ଟ୍ କରିବା ପାଇଁ ମୋଟ ଅର୍ଥରାଶି ଦାବି କରୁଛନ୍ତି। ସେ ଏଥିପାଇଁ ୧୦୦୦ କୋଟି ଟଙ୍କା ଡିମାଣ୍ଡ କରୁଛନ୍ତି, ଯାହାକି ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। କହି ରଖୁଛୁ, ‘ବିଗ୍ ବସ୍ ୧୬’ ପାଇଁ ପ୍ରଥମ ପ୍ରତିଯୋଗୀଙ୍କ ନାମ ନିଶ୍ଚିତ ହୋଇଯାଇଛି। ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ବିଶାଲ ପାଣ୍ଡେ ଏଥର ଶୋ’ରେ ନଜର ଆସିବେ। ବିଶାଲଙ୍କର ଭଲ ଫ୍ୟାନ୍ ଫଲୋଇଙ୍ଗ୍ ରହିଛି। ତେବେ ତାଙ୍କ ବ୍ୟତୀତ ମାଷ୍ଟର ଫାଜୁ ଓ ଅର୍ଜୁନ ବିଜଲାନୀଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି। ସୂତ୍ରରୁ ଜଣାପଡ଼ିଛି, ମାଷ୍ଟର ଫାଜୁ ଶୋ’ରେ ଆସିବା ପାଇଁ ମୋଟା ଅର୍ଥରାଶି ଡିମାଣ୍ଡ କରୁଛନ୍ତି।