ଭଗବାନ ଶିବଙ୍କ ଭୂମିକାରେ କେଉଁ କେଉଁ ଅଭିନେତା ନଜର ଆସିଛନ୍ତି, ଜାଣନ୍ତୁ

ଭଗବାନ ଶିବ ହେଉଛନ୍ତି ସଂହାର କର୍ତ୍ତା । କୁହନ୍ତି ସେ ହେଉଛନ୍ତି କୋପେବର ନଚେତ ତପେବର । ବିନାଶକାରୀ, ପ୍ରଚଣ୍ଡ କୋପୀ ସହ ସଂସାରର ଆଦିଦେବ ହେଉଛନ୍ତି ପ୍ରଭୁ ଶିବଶଙ୍କର । ପ୍ରତିବର୍ଷ ମହାଶିବରାତ୍ରୀ ଫାଲଗୁନ ମାସ କୃଷ୍ଣ ପକ୍ଷରେ ପଡେ । ଯାହା ସାଧାରଣତ ଫେବୃଆରୀରେ ପଡିଥାଏ । ଆଜି ହେଉଛି ସେହି ମହାଶିବରାତ୍ରୀ ।

ଭଗବାନ ଶିବଙ୍କ ଜୀବନ ଓ ଅସ୍ତିତ୍ୱର କିମ୍ବଦନ୍ତୀ ତଥା ପୌରାଣିକ କାହାଣୀକୁ ସାମନାକୁ ଆଣିବା ପାଇଁ ଭାରତୀୟ ସିନେମା ଓ ଟିଭି ଇଣ୍ଡଷ୍ଟ୍ରି ଭଗବାନଙ୍କ ଉପରେ ଅନେକ ଚଳଚିତ୍ର ନିର୍ମାଣ କରିଛି । ଭଗବାନ ଶିବଙ୍କ ଭୂମିକାରେ ନଜର ଆସିଥିବା ଅଭିନେତାମାନଙ୍କ ମଧ୍ୟରୁ କେତେକ ଶୋ ବେଶ ଲୋକପ୍ରିୟ ମଧ୍ୟ ହୋଇଛି । ଏବଂ ଭଗବାନହ୍କ ଅବତାରରେ ନଜର ଆସିଥିବା ଅନେକ ଅଭିନେତା ମଧ୍ୟ ବେଶ ଲୋକପ୍ରିୟ ହୋଇଛନ୍ତି । ଜାଣିବା ସେମାନଙ୍କ ବିଷୟରେ ।

ମୋହିତ ରାଇନା ଯିଏକି ପ୍ରଭୁ ଶିବଙ୍କ ଭୂମିକାରେ ଅଭିନୟ କରିବା ସମୟରେ ଲୋକପ୍ରିୟ ନାମ ମଧ୍ୟରୁ ଜଣେ । ମୋହିତ ରାଇନା ଦେବୋ କେ ଦେବ ମହାଦେବ ଶୋରେ ମହାଦେବ ଚରିତ୍ରରେ ନଜର ଆସିଥିଲେ । ଏହି ଶୋ ରେ ମନି ରୟ ମାତା ପାର୍ବତୀଙ୍କ ଚରିତ୍ରରେ ଅଭିନୟ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ମୋହିତ ପ୍ରଭୁଙ୍କ ଚରିତ୍ର ଏପରି ନିଭାଇଥିଲେ ଯେ ସତକୁ ସତ ଦର୍ଶକ ତାଙ୍କ ଚରିତ୍ରରେ ବି ମୋହିତ ହୋଇଥିଲେ । ମୋହିତ ଓ ମୋନିଙ୍କ ଯୋଡି କାଫି ପସନ୍ଦ କରିଥିଲେ ଦର୍ଶକ ।

ସୌରଭ ଜୈନ । ଯିଏକି ମହାକଳିରେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିଲେ । ସେ ଟେଲିଦୁନିଆରେ ଯେମିତି ଲୋକଙ୍କ ମନରେ ବି ସେମିତି ରହିଛନ୍ତି । ବେଶ ଲୋକପ୍ରିୟ ଅଟନ୍ତି ସୌରଭ । ମହାକାଲି ଅନ୍ତ ହି ଆରମ୍ଭ ହେ ରେ ଭବବାନ ଶିବଙ୍କ ଚରିତ୍ରରେ ଲୋକେ ବେଶ ପସନ୍ଦ କରିଥିଲେ ସୌରଭଙ୍କୁ । ସୌରଭ ମଧ୍ୟ ସେହିଭଳି ଚରିତ୍ରକୁ ଜୀବନ୍ତ କରାଇଛନ୍ତି । ତାଙ୍କ ଭିନୟର ଛାପ ଆଜିବି ଫ୍ୟାନ୍ସଙ୍କ ମନରେ ରହିଛି ।

ରୋହିତ ବକ୍ସି । ରୋହିତ ମଧ୍ୟ ଟିଭି ଶୋ ଶିୟା କେ ରାମରେ ଭଗବାନ ଶିବଙ୍କ ଭୂମିକାରେ ନଜର ଆସିଥିଲେ । ରୋହିତ ବକ୍ସି ପୁରାଣ ଧାରାବାହିକ ଗୁଡିକରେ ଅଭିନୟ କରି ଫ୍ୟାନ୍ସଙ୍କ ମନକୁ ଜିତି ପାରିଛନ୍ତି । ତାଙ୍କର ଅଭିନୟ ମଧ୍ୟ ଉଚ୍ଚଧରଣର ଥିଲା ।

ଅଭିନେତା ଅମିତି ମେହେରା । ସଙ୍କଟମୋଚନ ମହାବଲି ହନୁମାନରେ ନଜର ଆସିଥିଲେ ଅମିତ । ଭଗବାନ ଶିବ ଭୂମିକା ନିଭାଇଥିଲେ ଅମିତ । ସେ ମଧ୍ୟ ଲୋକପ୍ରିୟ ଅଭିନେତା ହୋଇପାରିଥିଲେ ।

ସନ୍ତୋଷ ଶୁକ୍ଳା । ଅତୀତରେ ହୋଇଥିବା ଧାରାବାହିକ ଜୟ ଜୟ ଶିବ ଶଙ୍କରରେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲେ ସନ୍ତୋଷ । ଏହି ଧାରାବାହିକ ତାଙ୍କୁ ଦର୍ଶକଙ୍କ ହୃଦୟରେ ଘର କରେଇଥିଲା । ଯାହା ପାଇଁ ଆଜି ବି ସେ ଦର୍ଶକଙ୍କ ମନରେ ରହିଛନ୍ତି ।

ଯଶବର୍ଦ୍ଧନ ରାଣା । ଶୋର ନାମ ଓମ ନମ ଶିବାୟ । ଏହି ଶୋ ରେ ଶିବଙ୍କ ଅବତାରରେ ଯଶବର୍ଦ୍ଧନଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । ତାଙ୍କ ସହ ମାତା ପାର୍ବତୀ ଭୁମିକାରେ ନଜର ଆସିଥିଲେ ଗାୟତ୍ରୀ ଶାସ୍ତ୍ରୀ । ତାଙ୍କ ଯୋଡି ମଧ୍ୟ ଖୁବ ଭଲପାଇଥିଲେ ଫ୍ୟାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.