ନାଚୁ ନାଚୁ ବେକାବୁ ହୋଇଗଲେ ଉର୍ବଶୀ ରୌତେଲା, କ୍ୟାମେରା ସାମ୍ନାରେ ଡ୍ରେସ୍ ଖୋଲିଦେଇ ଦେଖାଇଲେ ନିଜର ହଟ୍ ଲୁକ୍
ବଲିଉଡ୍ର ହଟ୍ ଓ ଲୋକପ୍ରିୟ ସେଲିବ୍ରିଟି ଉର୍ବଶୀ ରୌତେଲା ଚର୍ଚ୍ଚାରେ ରହିବା ପାଇଁ କୌଣସି ବି ମଉକା ହାତଛଡ଼ା କରନ୍ତି ନାହିଁ। ପ୍ରାୟତଃ ସେ ନିଜର ବୋଲ୍ଡ ଅନ୍ଦାଜରେ ଇଣ୍ଟରନେଟ୍ରେ ହଇଚଇ ସୃଷ୍ଟି କରି ଥାଆନ୍ତି। ତାଙ୍କର ଅନେକ ଦିଓ୍ଵାନା ଫ୍ୟାନ୍ସ ଅଛନ୍ତି। ଅଭିନେତ୍ରୀ ଯେତିକି ସୁନ୍ଦରୀ, ସେତିକି ଭଲ ଡ୍ୟାନ୍ସ ମଧ୍ୟ କରି ଲୋକଙ୍କୁ ମତୁଆଲା କରନ୍ତି। କିନ୍ତୁ ଥରେ ସେ ଡ୍ୟାନ୍ସ କରୁ କରୁ ଏମିତି ବେକାବୁ ହୋଇ ଯାଇଥିଲେ ଯେ ଶେଷରେ ସେ କ୍ୟାମେରା ସାମ୍ନାରେ ହିଁ କପଡ଼ା ଖୋଲି ଫିଙ୍ଗି ଦେଇଥିଲେ। ଯଦିଓ ଅଭିନେତ୍ରୀଙ୍କର ଏହି ଭିଡିଓ ବହୁତ ପୁରୁଣା, ହେଲେ ଏଥିରେ ତାଙ୍କ ଜୁନୁନ୍ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।
ଉର୍ବଶୀ ରୌତେଲା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି। ସେ ନିଜ ଲାଇଫ୍ ଏବଂ କାମ ସହ ଜଡ଼ିତ ଅପ୍ଡେଟ୍ସ ନିଜ ଫ୍ୟାନ୍ମାନଙ୍କ ସହ ସେୟାର କରି ଥାଆନ୍ତି। ଏମିତିରେ ବି ଯଦି ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆ କ୍ୱିନ୍ କୁହାଯାଏ, ତ ଭୁଲ୍ ହେବ ନାହିଁ। କିନ୍ତୁ କେବେ କେବେ ସେ ନିଜର ଏମିତି କିଛି ଭିଡିଓ ସେୟାର କରି ଦିଅନ୍ତି, ଯେଉଁ କାରଣରୁ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଥାଏ। ଉର୍ବଶୀ କିଛି ବର୍ଷ ତଳେ ଏକ ଭିଡିଓ ସେୟାର କରିଥିଲେ, ଯାହାକୁ ଦେଖିଲେ ଆପଣଙ୍କର ବି ହୋଶ୍ ଉଡ଼ିଯିବ।
ଏହି ଭିଡିଓକୁ ଉର୍ବଶୀ ରୌତେଲା ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ଭିଡିଓରେ ସେ ବଢ଼ିଆ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି। ଡ୍ୟାନ୍ସ କରୁ କରୁ ଉର୍ବଶୀ ନିଜ ଟି-ଶାର୍ଟ ଖୋଲି ଦେଉଛନ୍ତି। ଭିଡିଓରେ ଅଭିନେତ୍ରୀ ନିଜର ସୁପରହିଟ୍ ଗୀତ ‘ବିଜଲୀ କି ତାର’ରେ ଡ୍ୟାନ୍ସ କରୁଛନ୍ତି। ଏହି ଗୀତକୁ ନେହା କକ୍କରଙ୍କ ଭାଇ ଟୋନି କକ୍କର ଗାଇଥିଲେ ଏବଂ ଗୀତଟି ଉର୍ବଶୀଙ୍କୁ ନେଇ କରାଯାଇଥିଲା। କହି ରଖୁଛୁ, ନିଜର ସେକ୍ସି ଓ କିଲର ଲୁକ୍ସ କାରଣରୁ ଉର୍ବଶୀ ରୌତେଲା ଫ୍ୟାନମାନଙ୍କ ହୃଦୟରେ ରାଜ କରନ୍ତି। ଅଭିନେତ୍ରୀଙ୍କ ଓ୍ଵାର୍କ ଫ୍ରଣ୍ଟ ବିଷୟରେ କଥା ହେବା ତ, ସେ ଖୁବ୍ଶୀଘ୍ର ଏକ େଓ୍ଵବ୍ ସିରିଜ୍ ‘ଇନ୍ସପେକ୍ଟର ଅବିନାଶ’ରେ ନଜର ଆସିବେ। ଏହି ସିରିଜ୍ରେ ଉର୍ବଶୀ ରଣଦୀପ ହୁଡ୍ଡାଙ୍କ ସହ ଦେଖାଯିବ। ଏହା ବ୍ୟତୀତ ତାଙ୍କ ପାଖରେ ଆଗାମୀ ସମୟରେ ଅନେକ ବଡ଼ ଫିଲ୍ମ ମଧ୍ୟ ରହିଛି।
View this post on Instagram