ଜେଲ୍‌ରେ ଥିଲା ବେଳେ ସଞ୍ଜୟ ଦତ୍ତ ଠୁଙ୍ଗା ତିଆରି କରୁଥିଲେ, ଜାଣନ୍ତୁ ଏ ବାବଦ ପଇସା ସେ କଣ କଲେ ?

ଅନେକ ଦିନ ପରେ ପୁଣି ପରଦାରେ ଦିଶିବେ ସଞ୍ଜୟ ଦତ୍ତ । ଆସୁଛି ଐତିହାସିକ ପୃଷ୍ଠଭୂମିରେ ନିର୍ମିତ ଫିଲ୍ମ ‘ପାନିପତ୍‌’ । ଏବେ ସେ ଏହି ଫିଲ୍ମର ପ୍ରମୋସନ୍‌ରେ ଲାଗିଛନ୍ତି । ଏହା ସହିତ କପିଲ ଶର୍ମାଙ୍କ ସୋ’ରେ ମଧ୍ୟ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ । ଏହି ସୋ’ରେ କପିଳଙ୍କ କିଛି ପ୍ରଶ୍ନର ଉତ୍ତରରେ ଅନେକ ଅକୁହା କଥା କହିଛନ୍ତି ସଞ୍ଜୁ ବାବା । ତାଙ୍କୁ କପିଳ ପଚାରିଛନ୍ତି ଜେଲ୍‌ରେ ଥିବା ବେଳେ ସେ ସେଠାରେ ଏତେ ଶୀଘ୍ର କିଭଳି ଠୁଙ୍ଗା ତିଆରି କରିବା, କାଠ ଜିନିଷ ତିଆରି କରିବା ସହ ରେଡିଓ ପ୍ରୋଗ୍ରାମ୍‌ କରିବା କିଭଳି ଶିଖିଗଲେ । ଉତ୍ତରରେ ସଞ୍ଜୟ କହିଛନ୍ତି, ଶୀଘ୍ର ନୁହେଁ ଏଥିପାଇଁ ଅନେକ ସମୟ ଲାଗିଥିଲା । ତଥାପି ମୁଁ ଶୀଘ୍ର ଶିଖିବାକୁ ଚେଷ୍ଟା କରିଥିଲି । କାରଣ ଜେଲ୍‌ରେ ଭଲ କାମ କଲେ ଦଣ୍ଡ କମି ଯାଏ । ସେଥିଲାଗି ମୁଁ ଏସବୁ କାମ କରୁଥିଲି ।

SANJAY DUTT-2ପ୍ରତ୍ୟେକ ପେପର୍‌ ବ୍ୟାଗ୍‌ ତିଆରି କରିବା ବାବଦରେ ତାଙ୍କୁ ମିଳୁଥିଲା ୧୦ ପଇସା । ଏହି ପଇସା ସେ ଜମା କରିଥିଲେ ଭଉଣୀଙ୍କୁ ରାକ୍ଷୀରେ ଭେଟି ଦେବା ପାଇଁ । ଏକଥା ସଞ୍ଜୟ ଦତ୍ତ କହିଲା ବେଳେ କେବଳ ସେ ନିଜେ ନୁହେଁ ଉପସ୍ଥିତ ଦର୍ଶକ ମଧ୍ୟ ଭାବବିହ୍ଵଳ ହୋଇପଡ଼ିଥିଲେ । ସୂଚନା ଥାଉ କି, ୧୯୯୩ ମୁମ୍ବାଇରେ ବିସ୍ଫୋରଣ ଘଟଣା ପରେ ବେଆଇନ୍‌ ଅସ୍ତ୍ରଶସ୍ତ୍ର ରଖିଥିବା ଦୋଷରେ ସଞ୍ଜୟଙ୍କୁ ୪୨ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିଥିଲା । ସେ ଏହି ସମୟରେ ମୁମ୍ବାଇର ୟେରଓ୍ଵାଡ଼ା ଜେଲ୍‌ରେ ରହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.