ସକାଳୁ ସକାଳୁ ପଢ଼ନ୍ତୁ ଆଜିର ରାଶିଫଳ, ଜାଣନ୍ତୁ ଦିନଟି କେମିତି କଟିବ

ମେଷ : ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ।

ବୃଷ : ଆଜି ଆପଣଙ୍କ ଚିନ୍ତାନୁଯାୟୀ କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି ହୋଇପାରେ। ଦୀର୍ଘ ଦିନରୁ ଅଟଳି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ।

ମିଥୁନ : ନିଜର ଏବଂ ନିଜ ଜୀବନସାଥୀଙ୍କ ଧ୍ୟାନ ରଖନ୍ତୁ । ଦୈନିକ ବ୍ୟବସାୟରେ ବାଧା ଦେଖାଦେଇପାରେ । ପ୍ରେମ ଏବଂ କ୍ରୋଧର ଶିକାର ହୋଇପାରନ୍ତି । ବ୍ୟବସାୟିକ ସ୍ଥିତି ମଧ୍ୟମ ଧରଣର ରହିବ । ସାହିତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।

କର୍କଟ : ଆଜି ସମ୍ପତ୍ତି କିଣି ପାରନ୍ତି। ଆର୍ଥିକ ସ୍ଥିତି ସୁଧୁରିବ। ଆଜିର କାମ ଆଜି ହିଁ କରନ୍ତୁ। କାଲି ପାଇଁ ରଖନ୍ତୁ ନାହିଁ। ସବୁ କାମ ଠିକ ସମୟରେ ସାରନ୍ତୁ। ଏହା ଦ୍ବାରା ଲାଭ ପାଇବେ। ମନରେ ନୂଆ ବିଚାର ଆସୁଥିଲେ ଏବେ ହିଁ କରନ୍ତୁ।

ସିଂହ : ଭରପୁର ଆତ୍ମବିଶ୍ୱାସ ରହିବା ସହ କଳା ଏବଂ ସଙ୍ଗୀତରେ ରୁଚି ବଢ଼ିପାରେ । କର୍ମକ୍ଷେତ୍ରରେ ଅଧିକ ଲାଭ ମିଳିବାର ସୁଯୋଗ ରହିଛି । ଶରୀରର ଯତ୍ନ ନେବା ସହ ଆତ୍ମସଂଯ ରୁହନ୍ତୁ । ଅଧିକ କ୍ରୋଧ ପ୍ରକାଶ କରିପାରନ୍ତି । ପରିବାରର ସହଯୋଗ ରହିବ ।

କନ୍ୟା : ପାରିବାରିକ ଜୀବନରେ ସୁଖଶାନ୍ତି ରହିବ । ସନ୍ତାନ ସୁଖ ମିଳିନପାରେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ । କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକ ଆସିପାରେ । ଭରପୁର ଆତ୍ମବିଶ୍ୱାସ ରହିବା ସହ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । ଏଥିସହ ବ୍ୟବସାୟରେ ଉନ୍ନତି ହୋଇପାରେ ।

ତୁଳା: ଆଜି ହସ ମଜାରେ ଦିନ କଟିବ। ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ। କିଛି ଶାରୀରିକ ସମସ୍ୟା ଥିଲେ, ଖାଦ୍ୟପେୟ ଅଭ୍ୟାସ ବଦଳାନ୍ତୁ। ଚାକିରି ଯୋଗୁଁ ବିଦେଶ ଯାତ୍ରା କରିପାରନ୍ତି । ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ। ନୂଆ ସମ୍ପତ୍ତି କିଣିପାରନ୍ତି।

ବିଛା: ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରନ୍ତୁ । ଅର୍ଥ ବୃଦ୍ଧି ହେବାର ସମ୍ଭାବନା ରହିଛି । ମନ ଅଶାନ୍ତ ରହିବା ସହ ଆତ୍ମବିଶ୍ୱାସ କମ୍ ରହିପାରେ । ପରିବାରରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ । ପୋଷାକପତ୍ର ଉପହାରରେ ମିଳିବାର ସମ୍ଭାବନା ରହିଛି ।

ଧନୁ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଶୁଭ ଅଟେ । ଲୋକଙ୍କଠୁ ପ୍ରଶଂସା ମିଳିପାରେ ଏବଂ ବ୍ୟବସାୟରେ ଉନ୍ନତି ହୋଇପାରେ । ମାତ୍ର ଧନପ୍ରାପ୍ତିର ସମ୍ଭାବନା ମଧ୍ୟ ରହିଛି ।

ମକର : ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟ କାରବାର କ୍ଷେତ୍ରରେ ବେଶ୍‌ ଖୁସି ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିଭିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।

କୁମ୍ଭ : ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି।

ମୀନ : ଆଜି ପରିସ୍ଥିତିରେ ପଡି ଆର୍ଥିକ ଅନଟନ, କାର୍ଯ୍ୟହାନୀ, ବିଭିନ୍ନ ପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.