ମଧୁମେହ ରୋଗୀମାନଙ୍କ ପାଇଁ ବରଦାନ ଏହି ଯୋଗାସନ ! ନିୟମିତ କରନ୍ତୁ

ସମାଜରେ ମଧୁମେହର ସମସ୍ୟା ଖୁବ ଜଲଦି ବୃଦ୍ଧି ପାଇବାରେ ଲାଗିଛି । ବଦଳୁଥିବା ଜୀବନଶୈଳୀ,କମ ବ୍ୟାୟାମ ଏବଂ ଖାଦ୍ୟ ପାନୀୟରେ ସମସ୍ୟା କାରଣରୁ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଇଣ୍ଟରନାସନାଲ ଡାଇବେଟୀଜ ଫାଉଣ୍ଡେସନ ଅନୁସାରେ ୭ କୋଟିରୁ ଅଧିକ ଭାରତୀୟ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି ।

ଯଦି ସମୟ ଭିତରେ ଏହାର ଚିକିତ୍ସା ନ କରାଯାଏ ତେବେ ଏହାର ପ୍ରଭାବରୁ ଆହୁରି ଅନେକ ରୋଗ ମଧ୍ୟ ହୋଇଥାଏ । ଯଥା,କ୍ରୋନିକ କିଡନୀର ବିଫଳତା,ଚକ୍ଷୁ ସମସ୍ୟା,ହ୍ରୁଦୟ ରୋଗ,ସ୍ଟ୍ରୋକରେ ସମସ୍ୟା ଇତ୍ୟାଦି । କିନ୍ତୁ ଯଦି ଆପଣ ସମୟ ଭିତରେ ଏହାକୁ ଧ୍ୟାନ ଦିଅନ୍ତି ତାହେଲେ ଏଥିରୁ ମୁକ୍ତି ପାଇପାରିବେ । ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ଏମିତି ଯୋଗ ଯାହାକୁ ନିୟମିତ ପ୍ରୟାସ କରିବା ଦ୍ବାରା ଆପଣ ଏହି ରୋଗକୁ ଦୁରେଇ ପାରିବେ ।

ବ୍ରୁକ୍ଷାସନ
ବ୍ରୁକ୍ଷାସନର ନାମ ବ୍ରୁକ୍ଷ ଶବ୍ଦରୁ ହୋଇଛି । ଏହି ଆସନ କରିବାକୁ ହେଲେ ଆପଣଙ୍କୁ ଗଛର ମୁଦ୍ରାଭଳି ଠିଆ ହେବାକୁ ପଡିଥାଏ । ଯେଉଁ କାରଣରୁ ଏହାକୁ ବ୍ରୁକ୍ଷାସନ କୁହାଯାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ବହୁତ ଫାଇଦାପୁର୍ଣ୍ଣ ହୋଇଥାଏ ।
ଧନୁରାସନ
ଏହି ଆସନ ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ନିୟମିତ ଏହାକୁ ଅଭ୍ୟାସ କରିବା ଦ୍ବାରା ପାନକ୍ରୀୟାଜ ଉତ୍ତେଜିତ ହୋଇଥାଏ ଏବଂ ଇନସୁଲିନ କ୍ଷରଣରେ ଲାଭ ମିଳିଥାଏ ଯାହା ସୁଗାରକୁ ସନ୍ତୁଳନ ରଖିବାରେ ସହାୟକ ହୋଇଥାଏ । ଏହା ମଧୁମେହ ଟାଇପ ୧ ଏବଂ ମଧୁମେହ ଟାଇପ ୨ ଉଭୟରେ ଲାଭ ପହଞ୍ଚାଇଥାଏ ।

ହଳାସନ
ହଳାସନ ସସ୍କ୍ରୁତ ଶବ୍ଦ ହଳ ଏବଂ ଆସନରୁ ସ୍ରୁଷ୍ଟି ହୋଇଛି । ଯେଉଁ ଲୋକମାନେ ମଧୁମେହ ରୋଗରେ ଆକ୍ରାନ୍ତ ସେମାନଙ୍କୁ ହଳାସନ ଆସନ ନିୟମିତ ଅଭ୍ୟାସ କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.