ହାଡକୁ ଖୋଳ କରୁଛି ଏହି ୫ଟି ଜିନିଷ : ଆଜି ହିଁ ବନ୍ଦ କରନ୍ତୁ ଖାଇବା

ଦିନକୁ ଦିନ ବଦଳୁଥିବା ଖାଦ୍ୟ ପାନୀୟର ଭୁଲ୍ ଅଭ୍ୟାସ ଯୋଗୁଁ ଆଜି ପ୍ରତି ୫ ଜଣରେ ଜଣେ ବ୍ୟକ୍ତି କୌଣସି ନା କୌଣସି ସ୍ବାସ୍ଥ୍ୟ ସମସ୍ୟାରେ ଶିକାର ହୋଇଥାନ୍ତି । ଯେପରି କି ଆଣ୍ଠୁ ଗଣ୍ଠି ଦରଜ । ପ୍ରଥମେ ଏଭଳି ସମସ୍ୟା କେବଳ ବୟସ୍କ ଲୋକଙ୍କ ନିକଟରେ ଦେଖିବାକୁ ମିଳୁଥିଲା । କିନ୍ତୁ ଆଜି ଅଳ୍ପ ବୟସରେ ମଧ୍ୟ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ଏମିତିରେ ଆବଶ୍ୟକ ଏଭଳି ଖାଦ୍ୟ ଖାଇବେ ଯେଉଁଥିରେ ସାରା ଜୀବନ ହାଡ ମଜଭୂତ ରହିବ । ଆଉ ହାଡକୁ ମଜଭୂତ କରିବା ପାଇଁ ଅତ୍ୟନ୍ତ ଜରୁରୀ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି । ଯଦି ଏହି ଦୁଇ ତତ୍ବ ମଧ୍ୟରୁ ଯେ କୌଣସି ଗୋଟିଏର ମାତ୍ରା କମ୍ ହୁଏ ତେବେ ଆଣ୍ଠୁ ଗଣ୍ଠି ଦରଜ ଭଳି ସମସ୍ୟା ଦେଖାଦେଇଥାଏ । ହେଲେ କଣ ଆପଣ ଜାଣନ୍ତି ଆମେ ଦୈନନ୍ଦିନ ଜୀବନରେ ଏଭଳି କିଛି ଖାଦ୍ୟ ଖାଇଥାଉ ଯାହା ଦିନକୁ ଦିନ ଆମ ହାଡକୁ ଦୁର୍ବଳ କରିଥାଏ ।

ଅଧିକ ଲୁଣ :

ଖାଦ୍ୟର ସ୍ବାଦ ବଢାଇଥାଏ ଲୁଣ । କିନ୍ତୁ ଅଧିକ ଲୁଣ ଖାଇଲେ ହାଡ ଦୁର୍ବଳ ହୋଇଯାଇଥାଏ । ଲୁଣରେ ସୋଡିୟମର ମାତ୍ରା ଅଧିକ ଥାଏ । ଯାହା ଶରୀରରୁ ଯିବା ପରେ କ୍ୟାଲସିୟମକୁ ୟୁରିନ୍ ମାଧ୍ୟମରେ ବାହାରକୁ ବାହାର କରିଦେଇଥାଏ । ଯାହା ଫଳରେ ଶରୀରରେ କ୍ୟାଲସିୟମ ମାତ୍ରା କମିଯିବା ସହ ହାଡ ଦୁର୍ବଳ ହୋଇଯାଇଥାଏ ।

ଏହା ସହ ପଢନ୍ତୁ : ମହଙ୍ଗା ପରଫ୍ଯୁମଙ୍କୁ କୁହନ୍ତୁ ବାଏ ବାଏ, କେବଳ ଗୋଟିଏ ଲେମ୍ବୁ ଦେବ ଝାଳ ମୁକ୍ତ ଶରୀର

ଚକଲେଟ୍ :

ଛୋଟ ହେଉ ବା ବଡ , ଚକଲେଟ୍ ସମସ୍ତଙ୍କ ପସନ୍ଦ । ଏହା ନା କେବଳ ମୁଡକୁ ଫ୍ରେସ୍ କରିଥାଏ ବରଂ ମୁହଁର ସ୍ବାଦ ମଧ୍ୟ ବଡାଇଥାଏ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ଚକଲେଟ୍ ଖାଇଲେ ଏହାର ସିଧା ପ୍ରଭାବ ହାଡ ଉପରେ ପଡିଥାଏ । ଅଧିକ ଚକଲେଟ୍ ଖାଇଲେ ଶରୀରରେ ସୁଗାର ଏବଂ ଓକ୍ସୋଲେଟର ମାତ୍ରା ବଢିଯାଇଥାଏ । ଯାହା ଫଳରେ ଶରୀରରେ କ୍ୟାଲସିୟମ ପ୍ରବେଶ କରି ପାରିନଥାଏ ଏବଂ ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ ।

ମଦ :

ମଦ ପିଇବା ଭଳି ଖରାପ ଅଭ୍ୟାସ ଅଧିକାଂଶ ଲୋକଙ୍କର ଥାଏ । ହେଲେ ମଦ ନା କେବଳ ଅନ୍ୟମାନଙ୍କ ସାମ୍ନାରେ ଆପଣଙ୍କ ଛବି ଖରାପ କରିଥାଏ ବରଂ ହାଡ ଉପରେ ପ୍ରଭାବ ପକାଇଥାଏ । ଅଧିକ ମଦ ପିଇଲେ ଶରୀରରେ କ୍ୟାଲସିୟମର ଅଭାବ ହେବା ସହ ହାଡ ଦୁବର୍ଳ ହୋଇଯାଇଥାଏ ।

କୋଲ୍ଡ ଡ୍ରିଙ୍କ୍ସ :

ଖରାଦିନେ କୋଲ୍ଡ ଡ୍ରିଙ୍କ୍ସ ପ୍ରାୟ ସମସ୍ତଙ୍କର ଡାଏଟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଯାଏ । କିନ୍ତୁ ମନେ ରଖନ୍ତୁ କୋଲ୍ଡ ଡ୍ରିଙ୍କ୍ସରେ କାର୍ବ ଡାଇଅକ୍ସାଇଡ୍ ଏବଂ ଫସଫରସ୍ ଥାଏ । ଯାହା ଶରୀର ମଧ୍ୟକୁ ପ୍ରବେଶ କରି ହାଡକୁ ଦୁର୍ବଳ କରିଦେଇଥାଏ ।

ଚା ଏବଂ କଫି :

ଚା ହେଉ ବା କଫି, ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଏଥିରୁ ହିଁ କରିଥାନ୍ତି । କିନ୍ତୁ ଏସବୁ ପିଇବା ପୂର୍ବରୁ ଏହାର କ୍ଷତି ବିଷୟରେ ଜାଣିବା ଆବଶ୍ୟକ । ଚା ଏବଂ କଫିରେ କଫିନ୍ ଭରପୁର ମାତ୍ରାରେ ଥାଏ । ଯଦି ଏହା ଅଧିକ ମାତ୍ରାରେ ଶରୀର ମଧ୍ୟକୁ ପ୍ରବେଶ କରେ ତେବେ ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.