ଘରେ ତିଆରି କରନ୍ତୁ ବଜାର ଭଳି ଟେଷ୍ଟି ଆପଲ ଜାମ୍‌, ଲେଖି ରଖନ୍ତୁ ସହଜ ଉପାୟ

ପରଟା ହେଉ କି ବ୍ରେଡ୍‌, ସବୁ ଖାଦ୍ୟ ସହ ଜାମ୍‌ ଟେଷ୍ଟି ଲାଗିଥାଏ। ବ୍ରେଡ୍‌ ବଟର ସହ ପ୍ରାୟତଃ ଲୋକମାନେ ଜାମ୍‌ ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ବଜାରରେ ବିକ୍ରି ହେଉଥିବା ଆପଲ ଜାମ୍‌କୁ ଆପଣ ସହଜରେ ଘରେ ବି ତିଆରି କରିପାରିବେ। ଏହାକୁ ଅଳ୍ପ କେତେକ ସାମଗ୍ରୀ ବ୍ୟବହାର କରି ବି ତିଆରି କରି ହେବ। ଆପଣ ଏହାକୁ ଅଧିକ ମାତ୍ରାରେ ତିଆରି କରି କାଚ ଜାରରେ ଅଧିକ ଦିନ ଯାଏଁ ଷ୍ଟୋର ବି କରିପାରିବେ। ତେବେ ଆସନ୍ତୁ ଜାଣିବା ଆପଲ ଜାମ୍‌ ତିଆରି କରିବା ବିଧି…

ଆପଲ ଜାମ୍‌ ପାଇଁ ଆବଶ୍ୟକୀୟ ସାମଗ୍ରୀ:

୪-୫ଟି ଚୋପା ଛଡ଼ା ଯାଇଥିବା ସେଓ, ୧ ଗ୍ଲାସ ପାଣି, ୧ ଚାମଚ ଲେମ୍ବୁ ରସ, ୪ କପ୍‌ ଚିନି, ୨ ଚାମଚ ଅଳେଇଚ ପାଉଡର

Apple Jam2

ଆପଲ ଜାମ୍‌ ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମିଡିୟମ୍‌ ଆଞ୍ଚରେ ଏକ ପ୍ୟାନ୍‌ରେ ପାଣି ଗରମ କରନ୍ତୁ। ୧୦ ମିନିଟ୍‌ ଯାଏଁ ପାଣିକୁ ଫୁଟିବାକୁ ଦିଅନ୍ତି। ପାଣି ଗରମ ହୋଇଗଲେ ସେଥିରେ କଟା ସେଓ ଓ ଲେମ୍ବୁ ରସ ପକାନ୍ତୁ। ଏବେ ଏହି ପ୍ୟାନ୍‌କୁ ଏକ ପ୍ଲେଟ୍‌ରେ ଘୋଡ଼ାଇ ଦିଅନ୍ତୁ। ଧିମା ଆଞ୍ଚରେ ୧୦-୧୫ ମିନିଟ୍‌ ଯାଏଁ ସେଓ ନରମ ହେବା ଯାଏଁ ସିଝାନ୍ତୁ। ସେଓ ନରମ ହୋଇଯିବା ପରେ ଏକ ବଡ଼ ଚାମଚରେ ସେଓକୁ ଚକଟି ଦିଅନ୍ତୁ। ଏବେ ସେଥିରେ ଚିନି ମିଶାନ୍ତୁ। ସେଓ ମିଶ୍ରଣକୁ ଲଗାତାର ଗୋଳାଉ ଥାଆନ୍ତୁ। ଏହା ଦ୍ୱାରା ଏହି ମିଶ୍ରଣ ତଳେ ପ୍ୟାନ୍‌ରେ ଲାଗିବ ନାହିଁ। ମିଡିୟମ୍‌ ଆଞ୍ଚରେ ୮-୧୦ ମିନିଟ୍‌ ଜାମ୍‌ ହେବା ଯାଏଁ ଗୋଳାନ୍ତୁ। ଏବେ ଜାମ୍‌ରେ ଅଳେଇଚ ପାଉଡର ମିଶାନ୍ତୁ। ଏବେ ଚାମଚେ ଜାମ୍‌କୁ ପ୍ଲେଟ୍‌କୁ କାଢ଼ି ଦେଖନ୍ତୁ। ଯଦି ପାଣି ବୋହୁଛି ତେବେ ଆଉ ଟିକେ ଗୋଳାନ୍ତୁ। ଜାମ୍‌ ଶୁଖିଲା ଶୁଖିଲା ହୋଇଗଲେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଲ ଜାମ୍‌। ଜାମ୍‌ ଥଣ୍ଡା ହୋଇଯିବ ପରେ ଜାର୍‌ରେ ଭର୍ତ୍ତି କରି ଠିପି ଟାଇଟ୍‌ କରି ଦିଅନ୍ତୁ।

ଏହି ଆପଲ ଜାମ୍‌ ପିଲାଙ୍କ ଠାରୁ ବଡ଼ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଆପଣ ଏହାକୁ ପାଉରୁଟି, ପରଟା କିମ୍ବା ରୁଟି ସହ ବି ଲଗାଇ ଖାଇପାରିବେ। ଭାତ ସହ କଡ଼ରେ କିଛି ଚଟ୍‌ପଟା ଚାହୁଁଥିଲେ ଏହି ଆପଲ ଜାମ୍‌କୁ ସାମିଲ କରିପାରିବେ। ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ବି ଭଲ ହୋଇଥାଏ।

Also Read: ନୋରା ଫତେହୀଙ୍କୁ ଡେଟ୍‌ କରୁଛନ୍ତି କି କୋରିଓଗ୍ରାଫର ଟେରେନ୍ସ ଲୁଇସ୍‌, ସେୟାର କଲେ ମନ କଥା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.