କେବଳ ନଡ଼ିଆ ନୁହେଁ, ଏହାର ଚା’ରେ ବି ରହିଛି ଅନେକ ଔଷଧୀୟ ଗୁଣ; ଜାଣନ୍ତୁ Coconut Teaର ଫାଇଦା

ନଡ଼ିଆ ଓ ନଡ଼ିଆ ପାଣିର ଫାଇଦା ବିଷୟରେ ତ ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ କେବେ ନଡ଼ିଆ ଚା’ କଥା ବୋଧେ କେହି ଶୁଣିନଥିବେ। ଏହା ଏକ ସ୍ୱାଦିଷ୍ଟ ପେୟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। କୋରା ନଡ଼ିଆ ଓ ନଡ଼ିଆ କ୍ଷୀରରେ ଗ୍ରୀନ୍‌ ଟି କିମ୍ବା ବ୍ଲାକ୍‌ ଟି ମିଶାଇ ନଡ଼ିଆ ଚା’ ପ୍ରସ୍ତୁତ କରାଯାଏ। ଥଣ୍ଡା ସ୍ଥାନର ଲୋକମାନେ ଅଧିକ ମାତ୍ରାରେ ଏହି ଚା’ ପିଇଥାନ୍ତି।
ନଡ଼ିଆ ଚା’ରେ ପ୍ରଚୁର ପରିମାଣରେ ଲରିକ୍‌ ଏସିଡ୍‌, ଭିଟାମିନ୍‌ ସି, ମ୍ୟାଗ୍ନେସିୟମ୍‌, ଆଇରନ୍‌, ପୋଟାସିୟମ୍‌ ଓ ଫାଇବର ରହିଥାଏ। ଏସବୁ ତତ୍ତ୍ୱ ଶରୀର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ନଡ଼ିଆ ଚା’ ପିଇବାର ଫାଇଦା ସମ୍ପର୍କରେ…

  • ତ୍ୱଚାକୁ ଦାଗ ମୁକ୍ତ କରିବା ସହ ମୁଲାୟମ୍‌ ରଖିବାରେ ଏହି ନଡ଼ିଆ ଚା’ ସାହାଯ୍ୟ କରେ।
  • ନଡ଼ିଆରେ ଭିଟାମିନ୍‌ ସି ରହିଛି, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।
  • ନଡ଼ିଆ ଶରୀରର ପାଚନ ଶକ୍ତିକୁ ତ୍ୱରାନ୍ଵିତ କରିବା ସହ ଅତିରିକ୍ତ ଚର୍ବିକୁ ବାହାର କରିଥାଏ। ଫଳରେ ମୋଟାପଣରୁ ମୁକ୍ତି ମିଳିଥାଏ।
  • ହାର୍ଟକୁ ସୁସ୍ଥ ରଖିବାରେ ନଡ଼ିଆ ଚା’ ସାହାଯ୍ୟ କରିଥାଏ। ଏଥିରେ ଥିବା ଲରିକ ଏସିଡ୍‌ ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖେ। ଫଳରେ ହୃଦ୍‌ ସମ୍ବନ୍ଧୀୟ ରୋଗର ଆଶଙ୍କା କମେ।

Also Read: ମଥାରେ ସିନ୍ଦୁର, ହାତରେ ଶଙ୍ଖା: ବିବାହ ପରେ ପ୍ରଥମ ଥର ପାଇଁ ସ୍ୱାମୀଙ୍କ ସହ ସାମ୍ନାକୁ ଆସିଲେ ନୂଆ ବୋହୂ ଆଲିଆ ଭଟ୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.