ଯଦି ଭୁଲରେ ଏକ୍ସପାରୀ ମେଡିସିନ ଖାଇଛନ୍ତି, ଜାଣନ୍ତୁ କ’ଣ କରିବେ

ଆମେ କୌଣସି ବି ଜିନିଷ କିଣିବାକୁ ଗଲେ ତାର ଏକ୍ସପାରୀ ଡେଟ୍‌ ଜରୁର ଦେଖିଥାଉ । ପ୍ରତ୍ୟେକ ଜିନିଷ ଉପରେ ଏକ୍ସପାରୀ ଡେଟ ଲେଖାଯାଇଥାଏ । ବେଳେ ବେଳେ ଏମିତି ହୋଇଥାଏ ଯେ ଘରେ ରଖାଯାଇଥିବା ଏକ୍ସପାରୀ ମେଡିସିନ ଆମେ ଭୁଲରେ ଖାଇ ଦେଇଥାଉ । ଆପଣ ଜାଣନ୍ତି କି ଏକ୍ସପାରୀ ମେଡିସିନ ଖାଇବା ଦ୍ୱାରା ଏହାର ପ୍ରଭାବ ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ ।

କ’ଣ କ୍ଷତି ହୋଇଥାଏ ଏକ୍ସପାରୀ ମେଡିସିନ ଖାଇଲେ : 

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏକ୍ସପାରୀ ମେଡିସିନ ଖାଇବା କଥା ନୁହେଁ । ଏହାଦ୍ୱାରା ବହୁ ପ୍ରକାର ଅସୁବିଧା ହୋଇଥାଏ । ଯଦି ଆପଣ ଭୁଲରେ ଏକ୍ସପାରୀ ମେଡିସିନ ଖାଇଛନ୍ତି ତାହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ନଚେତ ଏହା ପ୍ରାଣ ବି ନେଇପାରେ । କିଛି କିଛି ମେଡିସିନ ମଧ୍ୟ ଆଖି ଓ ଶରୀରର କିଛି ଅଂଗକୁ ନଷ୍ଟ କରିଦେଇପାରେ । ତେଣୁ ସର୍ବଦା ମେଡିସିନ ଖାଇବା ବେଳେ ଏକ୍ସପାରୀ ଡେଟ ନିଶ୍ଚୟ ଦେଖିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.