ଲୁହା ବାସନରେ ତିଆରି ଖାଦ୍ୟକୁ ଖାଇଲେ ଶରୀରରେ ଆଇରନର ମାତ୍ରା ବୃଦ୍ଧି ପାଏ, ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

ଆୟୁର୍ବେଦ ଅନୁଯାୟୀ ରୋଷେଇ ଘରକୁ ସୁସ୍ଥ ସ୍ୱାସ୍ଥ୍ୟର ପ୍ରଥମ ଶିଡ଼ି ଭାବେ ଧରାଯାଇଥାଏ । ଖାଲି ଖାଦ୍ୟ ନୁହେଁ ବ୍ୟବହାର ହେଉଥିବା ବାସନର ମଧ୍ୟ ସ୍ୱାସ୍ଥ୍ୟ ଉପରେ ଏକ ବିଶେଷ ପ୍ରଭାବ ରହିଛି । ପୁର୍ବରୁ ଲୋକେ କାଠ, ମାଟି, ତମ୍ବା, ପରି ବାସନର ବ୍ୟବହାର କରୁଥିଲେ । କିନ୍ତୁ ଏବେ ଲୋକେ ଆଲୁମିନିୟମ,ଷ୍ଟିଲ, ନନଷ୍ଟିକ ପରି ବାସନର ବ୍ୟବହାର କରୁଛନ୍ତି ।

ଭୁଲ ଖାଦ୍ୟପେୟ ଏବଂ ଖରାପ ଜୀବନଶୈଳୀରେ ଶରୀରରେ ପୋଷକ ତତ୍ତ୍ବ ଏବଂ ଆଇରନର ଅଭାବ ସାଧାରଣ କଥା। କମ୍ବୋଡିଆରେ ଆଇରନ ଫିସ ଦ୍ବାରା ବଡ ସଂଖ୍ୟାରେ ଲୋକଙ୍କୁ ଫାଇଦା ହୋଇଛି। ସେଠାରେ ଲୋକ ମାନେ ଖାଦ୍ୟ ପ୍ରସ୍ତୁତ ସମୟରେ ମାଛ ଆକାରର ଏକ ଲୁହା ଖଣ୍ଡକୁ ଭୋଜନରେ ପକାଇ ଦିଅନ୍ତି। ନଅ ମାସ ପର‌୍ୟ୍ୟନ୍ତ ସବୁଦିନ ଏହ ପରି ଭାବେ ପ୍ରସ୍ତୁତ କରାଯାଉଥିବା ଭୋଜନ କରିବା ଦ୍ବାରା ଲୋକଙ୍କର ୫୦ ପ୍ରତିଶତ ଆଇରନର ଅଭାବ ଦୂର ହେବାର ପରିଣାମ ସାମ୍ନାକୁ ଆସିଲା।

ଆମ ମାନଙ୍କର ପୁରାତନ କାଳରୁ ଲୁହାର ବାସନରେ ଖାଦ୍ୟ ପ୍ରସ୍ତୁତ କରିବାର ପରମ୍ପରା ରହିଛି। ଲୁହାର କଡେଇରେ ରୋଷେଇ କରିବା ଦ୍ବାରା ସେଥିରେ ଥିବା ଲୁହାର ଅଂଶ ଭୋଜନରେ ମିଶି ଯାଇଥାଏ। ଯଦି କଡେଇରେ ପରିବାକୁ କିଛି ସମୟ ରହିବାକୁ ଦିଆଯାଏ ତେବେ ତାହାର ରଙ୍ଗ ସାମାନ୍ୟ କଳା ହୋଇଯାଇଥାଏ ଯାହା ଶରୀର ପାଇଁ ଫାଇଦାପୂର୍ଣ୍ଣ ହୋଇଥାଏ। ପ୍ରାୟ ସମସ୍ତ ସବୁଜ ପରିବା ଆଇରନ ଯୁକ୍ତ ହୋଇଥାଏ। ଲୁହାର କଡେଇରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ବାରା ଲୌହ ତତ୍ତ୍ବ ବ୍ରୁଦ୍ଧି ହୋଇ ଅଧିକା ଫାଇଦାପୂର୍ଣ୍ଣ ହୋଇଥାଏ।

-ବାସନରେ କଳଙ୍କୀ ସାମାନ୍ୟ ପରସ୍ତ ଆସିବା ଦ୍ବାରା ବାସନକୁ ପୋଛି ବ୍ୟବହାର କରିବା ଆବଶ୍ୟକ। ଏଥିରେ କଳଙ୍କୀର ସାମାନ୍ୟ ଅଂଶ ଭୋଜନ ସହିତ ମିଶି ଶରୀରରେ ପହଁଞ୍ଚିଥାଏ ଯାହା ରକ୍ତବୁଦ୍ଦି କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ମୋଟା ଆସ୍ତର ପଡିଥିବାରୁ ବାସନକୁ ଭଲଭାବେ ଧୋଇ ବ୍ୟବହାର କରନ୍ତୁ।

-ଲୁହା ପାତ୍ରରେ କ୍ଷୀର ଫୁଟା ଯାଇପାରେ କିନ୍ତୁ ଅଧିକ ସମୟ ଧରି ପାତ୍ରରେ ରଖିବା ଉଚିତ ନୁହେଁ। କ୍ଷୀର ପ୍ରୋଟିନଯୁକ୍ତ ହୋଇଥାଏ। ସେଥିରେ ଆଇରନ ନଥାଏ ଏଥିପାଇଁ ଏହା ବାସନରେ ମିଳୁଥିବା ଆଇରନକୁ ଅବଶୋଷିତ କରିପାରେ ନାହିଁ। ଏଥିରେ ବ୍ୟାକ୍ଟେରିଆ ହେବାର ଭୟ ରହିଥାଏ।

-ଶରୀରରେ ହିମୋଗ୍ଲୋବିନର ମାତ୍ରା ବୟସ ହିସାବରେ ଅଲଗା ଅଲଗା ହୋଇଥାଏ। ଏହାର ମାତ୍ରା ପୁରୁଷ ମାନଙ୍କ ପାଖରେ ୧୪-୧୭ ଗ୍ରାମ ପ୍ରତି ଡେସିଲିଟର ଏବଂ ମହିଳାଙ୍କ ପାଖରେ ୧୨-୧୬ ଗ୍ରାମ ପ୍ରତି ଡେସିଲିଟର ଭିତରେ ରହିବା ଆବଶ୍ୟକ। ଏହା ଠାରୁ ଅଧିକ ସ୍ତରର ଆଇରନ ନିଅନ୍ତୁ ନାହିଁ ନଚେତ ରକ୍ତ କର୍କଟ ହେବାର ଭୟ ଆସିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.