କଠଉରେ ଲୁଚି ରହିଛି ଉତ୍ତମ ସ୍ବାସ୍ଥ୍ୟର ରହସ୍ୟ : ଆଜିଠାରୁ ଆରମ୍ଭ କରନ୍ତୁ ପିନ୍ଧିବା

ଆମ ଦେଶର ସଂସ୍କୃତିର ଚର୍ଚ୍ଚା ସାରା ଦୁନିଆରେ । କିନ୍ତୁ ଆମେ ଆମ ସଂସ୍କୃତିକୁ ଭୁଲିବାକୁ ଲାଗିଲୁଣି ଓ ବିଦେଶରେ ରହୁଥିବା ଲୋକ ମାନେ ଆମ ସଂସ୍କୃତିକୁ ଆପଣେଇବାରେ ଲାଗିଲେଣି । ଖାଇବାଠୁ ଆରମ୍ଭ କରି ପିନ୍ଧିବା ପର୍ଯ୍ଯନ୍ତ ସବୁ କିଛିରେ ପରିବର୍ତ୍ତନ ଆସିଯାଇଛି । ଗୋଟେ ଯୁଗ ଥିଲା ଯେବେ ଡାଳ, କାଠ, ଗଛ ଓ ଘାସର ଛାଲରେ ଚପଲ ତିଆରି କରାଯାଉଥିଲା । ଏହାକୁ ପାଦୁକା ବା କଠଉ କୁହାଯାଏ । ଆମ ଭାରତୀୟ ମାନେ ଏହାକୁ ପୂର୍ବରୁ ବ୍ଯବହାର କରୁଥିଲେ ଯାହା ଏବେ କେବଳ ସାଧୁ ଓ ବାବା ହିଁ ପିନ୍ଧିବାର ଦେଖିବାକୁ ମିଳୁଅଛି ।

ଭାରତରେ ପାଦୁକା ବା କଠଉର ପ୍ରଚଳନ ବହୁତ ପୁରୁଣା । ରାମାୟଣର ଯୁଗରୁ ଏହା ପ୍ରଚଳିତ ବୋଲି ପ୍ରମାଣ ମିଳେ । ଭୌଗଳିକ ଚିତ୍ରରୁ ଅନୁମାନ କରାଯାଉଛି କି ଧରିତ୍ରୀ ଉପରେ ଚାଲିବା ସମ୍ଭବ ନୁହେଁ ତେଣୁ ଡାଳରେ ପ୍ରସ୍ତୁତ କଠଉ ବ୍ଯବହାର କରୁଥିଲେ । ଏହା ବହୁତ୍ ଆରାମ ଦାୟକ ମଧ୍ୟ ଥିଲା ।

ଭାରତବର୍ଷରେ ବିଭିନ୍ନ ପ୍ରକାରର କଠଉ ବା ପାଦୁକା ତିଆରି କରାଯାଇଥାଏ । କେବେ କେବେ ଏହାକୁ ପାଦ ଆକାରରେ ତିଆରି କରାଯାଉଥିଲା ତ କେବେ ମାଛ ଆକୃତିର ତିଆରି କରାଯାଉଥିଲା । ହାତୀ ଦାନ୍ତ ଓ ରୂପା ଧାତୁର କଠଉ ମଧ୍ୟ ଭାରତୀୟ ମାନେ ବ୍ଯବହାର କରୁଥିଲେ ।

କଠଉ ବ୍ଯବହାରର ଫାଇଦା:

  • କଠଉ ଶସ୍ତା, ସୁନ୍ଦର ଏବଂ ଖୁବ୍ କମ୍ ପଇସାରେ ତିଆରି ହୋଇପାରେ ।
  • ନିୟମିତ କଠଉ ପିନ୍ଧିବା ଦ୍ବାରା ଶରୀରର ମେରୁଦଣ୍ଡ ସିଧା ରହିଥାଏ ।
  • କଠଉ ପାଦର କିଛି ଆକ୍ଯୁପ୍ରେସର ପଏଂଟରେ ଚାପ ପକାଇଥାଏ । ଯାହା ଦ୍ବାରା ଶରୀରରେ ରକ୍ତ ସଚାଂଚଳ ସୂଚାରୁ ରୁପେ ହୋଇଥାଏ ।
  • କଠଉ ତିଆରି କରିବା ପାଇଁ କୌଣସି ଜୀବଜନ୍ତୁଙ୍କର ହତ୍ଯା କରିବାକୁ ପଡି ନଥାଏ ।
  • କଠଉ ପିନ୍ଧିବା ଦ୍ବାରା ପାଦରେ ଥଣ୍ଡା ଲାଗି ନଥାଏ ଓ ଖରାପ୍ ରାସ୍ତାରେ ମଧ୍ୟ ଚାଲିବାକୁ ଅସୁବିଧା ହୋଇ ନଥାଏ ।
  • କଠଉ ଭାରତୀୟ ସଭ୍ଯତାର ପ୍ରତୀକ ଅଟେ । ଏହାକୁ ପିନ୍ଧିବା କୌଣସି ଲଜ୍ଜ୍ଯାଜନକ ବିଷୟ ହୋଇ ନଥାଏ ।
  • କଠଉ ପିନ୍ଧିବା ଦ୍ବାରା ଶରୀରର ମାଂସପେଶିକୁ ଆରାମ୍ ମିଳିଥାଏ । ଯାହା ଦ୍ବାରା ଆମ ଶରୀର ଓ ମସ୍ତିସ୍କ ଚାପଗ୍ରସ୍ତରୁ ରକ୍ଷା ପାଇଥାଏ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.