ବ୍ରେଡ୍‌ ବଳକା ରହିଯାଇଛି କି, ତେବେ ବହୁତ କମ୍‌ ସମୟରେ ସହଜରେ ବନାନ୍ତୁ ମସଲା ବ୍ରେଡ୍‌

ଆବଶ୍ୟକ ସାମଗ୍ରୀ

  • ୪ ସ୍ଲାଇସ୍‌ ବ୍ରେଡ୍‌
  • ୨ ବଡ ଚାମଚ୍‌ ଲହୁଣୀ
  • ୧/୨ ପିଆଜ
  • ୧/୨ ଟମାଟୋ
  • ୧ ବଡ ଚାମଚ ପାଓ ଭାଜି ମସଲା
  • ୨ଟି ରସୁଣ
  • ୧/୨ ଛୋଟ ଗାଜର
  • ୧/୨ ଚାମଚ୍‌ ସିମଲା ଲଙ୍କା
  • ୨ ବଡ ଚାମଚ ଟମାଟୋ କେଚଅପ୍‌
  • ଆବଶ୍ୟକ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ବ୍ରେଡ ସ୍ଲାଇସକୁ ଛୋଟ ଛୋଟ କରି କାଟି ପାତ୍ରରେ ରଖନ୍ତୁ। ଏକ ପ୍ୟାନରେ ବଟର ଗରମ କରନ୍ତୁ। ସେଥିରେ କଟା ହୋଇଥିବା ରସୁଣ ଏବଂ ପିଆଜ ପକାନ୍ତୁ। ଦୁଇ ମିନିଟ୍‌ ପାଇଁ ଏହାକୁ ଭାଜନ୍ତୁ। ଏବେ କଟା ହୋଇଥିବା ସିମଲା ଲଙ୍କା, ଟମାଟୋ ଏବଂ ଗାଜର ପକାନ୍ତୁ। ଲୁଣ ପକାଇ ଭଲଭାବେ ମିକ୍ସ କରନ୍ତୁ। ପରିବାକୁ ୩-୪ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧିବାକୁ ଦିଅନ୍ତୁ। ଏବେ ପାଓ ଭାଜି ମସଲା, ଟମାଟୋ ସସ୍‌ ପକାନ୍ତୁ ଏବଂ ଆଉ ଏକ ମିନିଟ୍‌ ରାନ୍ଧନ୍ତୁ। ଶେଷରେ କଟା ହୋଇଥିବା ବ୍ରେଡ ଖଣ୍ଡକୁ ପକାନ୍ତୁ ଏବଂ ମିଶ୍ରଣକୁ ଭଲଭାବେ କୋଟ କରିଦିଅନ୍ତୁ। ଲାଷ୍ଟରେ ଗୋଟେ ମିନିଟ୍‌ ପର୍ଯ୍ୟନ୍ତ ଗ୍ୟାସରେ ବସାନ୍ତୁ ଏବଂ ଆଞ୍ଚ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ମସଲା ବ୍ରେଡ। ଏହାକୁ ନିଜ ମନପସନ୍ଦର ଡ୍ରିଙ୍କ୍‌ ସହିତ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.