ଶ୍ରାଦ୍ଧରେ ପିତୃପୁରୁଷଙ୍କ ପାଇଁ ତିଆରି କରାଯାଏ ଖିରୀ ପ୍ରସାଦ, ବନାଇବା ବହୁତ ସହଜ

ଶ୍ରାଦ୍ଧରେ ପିତୃପୁରୁଷଙ୍କ ପାଇଁ ଖିରି ପ୍ରସାଦର ବହୁତ ମହତ୍ତ୍ୱ ରହିଛି। ମାନ୍ୟତା ରହିଛି ଯେ ଖିରୀର ଭୋଗ ଲଗାଇବା ଦ୍ୱାରା ପିତୃପୁରୁଷଙ୍କ ଆଶିର୍ବାଦ ପ୍ରାପ୍ତ ହୋଇଥାଏ। ଯଦି ଆପଣ ବି ଏହାକୁ ବନାଇବାକୁ ଚାହୁଁଛନ୍ତି ତାହେଲେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଏକ ଲିଟର କ୍ଷୀର
ଦୁ ଗିନା ଖୁଆ
ଚାରି ଚାମଚ୍‌ ଚିନି
ଦୁଇ ଚାମଚ୍‌ ଘିଅ
ବାଦାମ୍‌
କାଜୁ ଏବଂ କିସମିସ୍‌
ନଡିଆ କୋରା
ଅଳେଇଚ ପାଉଡର
ଅଧା ଚାମଚ କେସର (କ୍ଷୀରରେ ବୁଡାଇ ରଖିଥିବା)

ପ୍ରସ୍ତୁତି ପ୍ରଣାଳୀ

ଖିରୀ ବନାଇବା ପାଇଁ ପ୍ରଥମେ ଏକ କଡାରେ ଘିଅ ଗରମ କରି ଖୁଆକୁ ଭାଜନ୍ତୁ। ଏହାପରେ ଭାଜିଥିବା ଖୁଆକୁ ଏକ ପ୍ଲେଟକୁ ବାହାର କରି ରଖନ୍ତୁ। ଥଣ୍ଡା ହେଲା ପରେ ଏହାକୁ କୁଟି ଦିଅନ୍ତୁ। ଏବେ କ୍ଷୀରକୁ ଫୁଟିବାକୁ ଦିଅନ୍ତୁ, ଯେତେବେଳେ କ୍ଷୀର ଫୁଟି ଆସିବ ସେତେବେଳେ ଏଥିରେ କୁଟି ରଖିଥିବା ଖୁଆକୁ ପକାଇବା ସହ ଚିନି ପକାଇ ଗୋଳାଇ ଦିଅନ୍ତୁ। କ୍ଷୀରକୁ ଗାଢ଼ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ଏବେ ଏଥିରେ କାଜୁ, ବାଦାମ, ନଡିଆ କୋରା, କିସମିସ, ଅଳେଇଚ ଏବଂ କେସର ପକାନ୍ତୁ। ଆପଣଙ୍କ ଖିରୀ ଏବେ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଗରମା ଗରମ ପ୍ଲେଟରେ ବାହାର କରି ସର୍ଭ କରନ୍ତୁ। ଦେଖିବେ ସମସ୍ତଙ୍କୁ ଆସିବ ବହୁତ ପସନ୍ଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.