ବୟସ ବଢ଼ିବା ସହ ହ୍ରାସ ହୋଇପାରେ କ୍ୟାନସର ରୋଗର ଆଶଙ୍କା

ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପରେ କି ମଣିଷର ବୟସ ବଢିବା ସହିତ କାନ୍ସର ପରି ଏକ ମାରାତ୍ମକ ରୋଗର ମୁକାବିଲା କରିବା କ୍ଷମତା ମଧ୍ୟ ବଢିବ । ବଢୁଥିବା ବୟସ ସହ ଶରୀରରେ ସୃଷ୍ଟି ହେଉଥିବା ବିଶେଷ କୋଷିକା କ୍ୟାନସର ପରି ଘାତକ ରୋଗର ବିନାଶ କରିପାରିବ । ଏପରି ଏକ ଆବିଷ୍କାର ନିକଟରେ ବିଦେଶର ଏକ ବୈଜ୍ଞାନିକ ଦଳ କରିଛନ୍ତି । ଏ ସମ୍ବନ୍ଧରେ ‘ଏଜିଙ୍ଗ ଜର୍ଣ୍ଣାଲ’ ରେ ମଧ୍ୟ ଏକ ଖବର ପ୍ରକାଶିତ ହୋଇଛି । କ୍ୟାନସରରୋଗର କୋଷିକା ମାନଙ୍କୁ ଅଧିକ ସକ୍ରିୟ କରିବା ପାଇଁ ମାତ୍ର କିଛି ଜିନର ହିଁ ଆବଶ୍ୟକ ହୋଇଥାଏ ।

ବ୍ରିଟେନର ଲିବରପୁଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମାନଙ୍କ ସହ ଅନ୍ତର୍ଜାତୀୟ ସ୍ଥରର ବୈଜ୍ଞାନିକ ମାନେ ମିଶି ଏହି ବିଷୟରେ ଏକ ଗଭୀର ଅଧ୍ୟୟନ କରିଥିଲେ ।ଏହା ସହ ବୈଜ୍ଞାନିକ ମାନେ ଜିନ ‘ଏକ୍ସ ପ୍ରେସନ’ ନାମକ ଏକ ନୂଆ କୌଶଳର ଆବିଷ୍କାର କରିଛନ୍ତି । ସେମାନଙ୍କ ଅନୁଯାୟୀ ଏହି ‘ଜିନ ଏକ୍ସପ୍ରେସନ’ କୌଶଳର ଉପଯୋଗ ସବୁ ବେଳେ କ୍ୟାନସର ଓ ବୟସାଧିକ ଜନିତ ରୋଗ ଗୁଡିକ ସମ୍ବନ୍ଧରେ ଜାଣିବା ପାଇଁ ହିଁ କରାଯାଇଥାଏ । ଏହି ଅଧ୍ୟୟନରେ ଜିନ ଏକ୍ସପ୍ରେସର ବ୍ୟବହାର ବୟସ ବୃଦ୍ଧି ଓ କ୍ୟାନସର  ରୋଗ ଭିତରେ ଥିବା ସମ୍ପର୍କ ଜାଣିବାକୁ ଚେଷ୍ଟା କରିଥିଲେ ।

ଏହା ସହ ପଢନ୍ତୁ: ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ମସାଜ ଟିପ୍ସ, ମିଳିବ ଫାଇଦା

ବୈଜ୍ଞାନିକ ମାନେ ଏହା ମଧ୍ୟ କହିଛନ୍ତି କି କିଛି ଅନୁବଂଶିକ ଦୋଷ କାରଣରୁ ଶରୀରର କୋଷିକା ଗୁଡିକ ଅନିୟନ୍ତ୍ରିତ ଭାବେ ବଢିଥାଏ । ଯାହା ପରବର୍ତ୍ତୀ ସମୟରେ କ୍ୟାନସରର ରୂପ ନେଇଥାଏ  । ଶରୀରରେ ସୁସ୍ଥ କୋଷିକା ସାଧାରଣ ଭାବେ ନିୟନ୍ତ୍ରିତ ଭାବେ ବିଭାଜିତ ହୋଇଥାନ୍ତି । ଯଦି ଏମାନେ ଅନିୟନ୍ତ୍ରିତ ଭାବେ ବଢିବାକୁ ଲାଗନ୍ତି ତେବେ ଶରୀରରେ କ୍ୟାନସର ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଏହି ସମୟରେ କିଛି କୋଷିକା ଏହି ସ୍ଥିତିକୁ ପରଖନ୍ତି ଓ ଶୋଇଯାନ୍ତି । ଏହାକୁ ‘ସ୍ଲିପିଂ ସେଲସ’ ବା ‘ସ୍ଲିପିଂ କୋଷିକା’ କୁହାଯାଏ ।ଏହି ସ୍ଲିପିଂ କୋଷିକା ଗୁଡିକ ହିଁ କ୍ୟାନସର ପରି ମାରାତ୍ମକ ରୋଗ ସହ ଲଢ଼ିଥାଏ । କାନ୍ସର ସେଲକୁ ଜରୁରୀ ପ୍ରୋଟିନ ସୁସ୍ଥ କୋଷିକା ମାନଙ୍କ ଠାରୁ ହିଁ ମିଳିଥାଏ ।

ବୈଜ୍ଞାନିକ ମାନଙ୍କ ଅନୁଯାୟୀ ସେମାନେ ବୟସ ବୃଦ୍ଧି ଓ କାନ୍ସର ସେଲ ଭିତରେ ଥିବା ସମ୍ବନ୍ଧ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । ସେମାନେ ଏହା ମଧ୍ୟ କହିଛନ୍ତି କି ମଣିଷ ଶରୀରରେ ୨ ପ୍ରକାରର କୋଷ ଥିବା ବେଳେ ଏମାନେ ଶରୀରରେ ପରସ୍ପରର ବିପରୀତ ଦିଗରେ କାର୍ଯ୍ୟ କରିଥାନ୍ତି । ଗୋଟେ ପ୍ରକାର କୋଷ କ୍ୟାନସରକୁ ବଢ଼ିବାରେ ସାହାର୍ଯ୍ୟ କରୁଥିବା ବେଳେ ଅନ୍ୟଟି କ୍ୟାନସରକୁ ରୋକିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.