ଶ୍ରାବଣ ମାସରେ ଘରକୁ ଆଣନ୍ତୁ ଶିବଙ୍କ ପ୍ରିୟ ଡମ୍ବରୁ, ସବୁ ବିଗୁଡିଥିବା କାମ ହେବ ସହଜ

ଶ୍ରାବଣ ମାସକୁ ଶିବଙ୍କର ମହିମା ପାଇଁ ଜଣାଯାଇଥାଏ। ଏହି ମାସରେ ଶିବଙ୍କୁ କରାଯାଇଥିବା ସମସ୍ତ ଭକ୍ତି ଆପଣଙ୍କ ମନସ୍କାମନାକୁ ପୂର୍ଣ୍ଣ କରିଥାଏ। ଶ୍ରାବଣ ମାସରେ ଶିବଙ୍କ ପ୍ରତୀକ ଡମ୍ବରୁର ମଧ୍ୟ ବହୁତ ବଡ ମହତ୍ତ୍ୱ ରହିଛି। ଡମ୍ବରୁ ଭଗବାନ ଶିବଙ୍କର ଅତି ପ୍ରିୟ ବୋଲି ମାନ୍ୟତା ରହିଛି। ଡମ୍ବରୁକୁ ଘରକୁ ଆଣିବା ଦ୍ୱାରା ସକାରାତ୍ମକତା ହେବା ସହିତ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ତାହେଲେ ଆସନ୍ତୁ ଜାଣିବା କିପରି ଭାବେ ଡମ୍ବରୁ ନିଜର ପ୍ରଭାବ ଦେଖାଇଥାଏ ଏବଂ ଆପଣଙ୍କ ଜୀବନରେ ଏହା କିପରି ଭାବେ ଖୁସି ଆଣିଥାଏ।

– ଡମ୍ବରୁ ବଜାଇବା ଦ୍ୱାରା ସେଥିରୁ ଅ,ଉ ଏବଂ ମ ଅର୍ଥାତ ‘ଓଁ’ ଧ୍ୱନି ବାହାରିଥାଏ। ଏହାସହିତ ଏହି ଶବ୍ଦ ଆମ ମନରେ ବି ବାହାରିଥାଏ।

– ମାନ୍ୟତା ରହିଛି ଯେ ଡମ୍ବରୁ ଦ୍ୱାରା ଚମତ୍କାରୀ ମନ୍ତ୍ରର ଉଚ୍ଚାଣ ହୋଇଥାଏ। ଏହାର ଧ୍ୱନିରୁ ବହୁତ ପ୍ରକାର ରୋଗ ସହିତ ଲଢ଼ିବାରେ ଶକ୍ତି ମିଳିଥାଏ।

damru– ଏହାଦ୍ୱାରା କୌଣସି ବି କାମ କିମ୍ବା ଜଟିଳ ସମସ୍ୟାରୁ ମୁକ୍ତି ମିଳିଥାଏ। ମୁଣ୍ଡ ଉପରେ ଥିବା ବଡରୁ ବଡ ବାଧା ଦୂର ହୋଇଯାଇଥାଏ।

– ଏହାର ଧ୍ୱନି ଶୁଣିବା ଦ୍ୱାରା ମନ ଶାନ୍ତି ହୋଇଥାଏ। ଏମିତିରେ ଏହି ମଧ୍ୟ ଚିନ୍ତା ବା ଅବସାଦକୁ କମ୍‌ କରିବାରେ ବେଶ୍‌ ସହାୟକ ହୋଇଥାଏ।

– ଏହାର ଧ୍ୱନି ଏବଂ ମନ୍ତ୍ରକୁ ଜପ କରିବା ଦ୍ୱାରା ସାପ, ବିଛା ଆଦିର ବିଷ ବାହାରିଯାଇଥାଏ।

– ଏହାର ଧ୍ୱନି ଦ୍ୱାରା ପରିବାରରେ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ଚାରିଆଡେ ଖୁସିର ମାହୋଲ ଭରି ରହିଥାଏ। ଖରାପ ଶକ୍ତିକୁ ନାଶ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.