ଶୀତ ଦିନିଆ ରୋଗରୁ ଏପରି କରନ୍ତୁ ନିଜକୁ ରକ୍ଷା

ଭିନ୍ନ ଋତୁରେ ଭିନ୍ନ ଧରଣର ରୋଗ ହୋଇଥାଏ କିନ୍ତୁ ଅଧିକ ରୋଗର ପ୍ରଭାବ ଶୀତ ଦିନରେ ହିଁ ଦେଖାଯାଇଥାଏ। ଯଦିଓ ରୋଗ କୌଣସି ଋତୁ ଦେଖି ଆସେ ନଥାଏ, ମାତ୍ର କିଛି ରୋଗ ଅଛି ଯାହା ଅନ୍ୟ ଦିନ ଅପେକ୍ଷା ଶୀତ ଦିନରେ ଅଧିକ ହୋଇଥାଏ। ଆସନ୍ତୁ ଜାଣିବା ମୁଖ୍ୟତଃ ଶୀତ ଦିନେ କେଉଁ ସବୁ ରୋଗ ହୋଇଥାଏ। ଏବଂ କିପରି ଘରୋଇ ଉପଚାରରେ ତାହାର ପ୍ରତିକାର କରିବା।

ଶୀତ ଋତୁରେ ସଂକ୍ରମଣ ଜନିତ ଜୀବାଣୁ ଅଧିକ ମାତ୍ରାରେ ବ୍ୟାପିଥାଏ। ଯାହା ଶରୀରର ଇମ୍ୟୁନୋ ସିଷ୍ଟମ ଉପରେ ପ୍ରଭାବ ପକାଏ। ଏଣୁ ଏହି ସମୟରେ ସୁସ୍ଥକର ଖାଦ୍ୟ ଖାଇବା ସହ ପ୍ରଚୁର ପାଣି ପିଇ, ବ୍ୟୟ୍ୟାମ କଲେ ଏହି ରୋଗକୁ ଆୟତ୍ତ କରିହେବ।

Cold

ଶୀତ ଋତୁରେ ତ୍ୱଚା ଶୁଷ୍କ ହେବା ଏକ ସାଧାରଣ କଥା। ଏହା ଛଡ଼ା ଏହି ସମୟରେ ତ୍ୱଚା ରୁକ୍ଷ ହୋଇଯିବା, ରକ୍ତ ବୋହିବା, ସଂକ୍ରମଣ ଆଦି ବହୁତ କିଛି ହୋଇଥାଏ। ଏଣୁ ସମୟରେ ମଶ୍ଚୋରାଜିଂ ସାବୁନ୍, କ୍ରିମ୍ ବ୍ୟବହାର କରନ୍ତୁ। ଆପଣ ଘରେ ପ୍ରସ୍ତୁତ ନଡ଼ିଆ ତେଳକୁ ବ୍ୟବହାର କରି ମଧ୍ୟ ନିଜ ତ୍ବଚାକୁ ସୁନ୍ଦର ରଖିପାରିବେ।

winter

ଏହି ଦିନରେ ଅଧିକ ଗଣ୍ଠି ବିନ୍ଧା ବି ହୋଇଥାଏ। ଖାସ କରି ଶୀତ ଦିନେ ଜାକିଯୁକି ହୋଇ ଶୋଇବା ଏବଂ ଅଧିକ ଥଣ୍ଡା ହେତୁ ଏହି ସମସ୍ୟା ଉପୁଜିଥାଏ। ଏହି ସମସ୍ୟା ଦୂର ପାଇଁ ଉଚିତ ବ୍ୟାୟାମ କରିବା ସହ ଫୁର୍ତ୍ତି ରହିବା ନିହାତି ଆବଶ୍ୟକତା।

Asthma

ଶ୍ୱାସ ରୋଗୀମାନଙ୍କ ପାଇଁ ଶୀତ ଦିନ କାଳ ସାବ୍ୟସ୍ତ ହୋଇଥାଏ। ଏଣୁ ଏମାନଙ୍କୁ ଖାଦ୍ୟ ଓ ପାନୀୟରେ ବିଶେଷ ଧାନ୍ୟ ଦେବାକୁ ହେବ। ଥଣ୍ଡା ଧରିବା ପରି ଖାଦ୍ୟ, ପାନୀୟ ଗ୍ରହଣ କରିବା ଅନୁଚିତ ଏହି ଦିନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.