ପଞ୍ଜାବର ହୋଶିୟାରପୁରରେ ବଡ ସଡକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ବସ୍ ଦୁର୍ଘଟଣା ହେବା ଯୋଗୁଁ ଜଣେ ପିଲାର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ପିଲା ଆହତ ହୋଇଛନ୍ତି। ବସ୍ରେ ୪୦ ଜଣ ପିଲା ରହିଥିଲେ। ସୂଚନା ମୁତାବକ, ସ୍କୁଲ ବସ୍କୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ତେଣୁ ଏଭଳି ଦୁର୍ଘଟଣା ଘଟିଥିଲା। ଆହତ ହୋଇଥିବା ପିଲାଙ୍କୁ ଜଳନ୍ଧର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଏହି ସଡକ ଦୁର୍ଘଟଣା ସକାଳ ୭.୩୦ ମିନିଟରେ ହୋଇଥିଲା। ସ୍କୁଲ ବସ୍ ପିଲାକୁ ନେଇ ସ୍କୁଲ ଯାଉଥିବା ବେଳେ ଏକ ଟ୍ରକ ଦ୍ରୁତଗତିରେ ଆସି ପଛ ପଟୁ ଧକ୍କା ଦେଇଥିଲା। ଏହି ଘଟଣାରେ ବସ୍ରେ ଥିବା ପିଲା ଧକ୍କା ଲାଗିବା ଯୋଗୁଁ ଆହତ ହୋଇଥିଲେ। ଏମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଥିଲା।
ଏହି ଘଟଣା ବିଷୟରେ ଜାଣିବା ପରେ ଅଭିଭାବକ ଭୟ କରିଯାଇଥିବା ବେଳେ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି।