ଭାରତ-ଚୀନ ସୀମାରେ ରାସ୍ତା କାମ କରୁଥିବା ୧୮ ଜଣ ଶ୍ରମିକ ନିଖୋଜ, ଜଣେ ମୃତ

ଅରୁଣାଚଳପ୍ରଦେଶରେ ଭାରତ-ଚୀନ ସୀମା ନିକଟରେ ଏକ ଦୁର୍ଘଟଣାରେ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଶ୍ରମିକ ନିଖୋଜ ହୋଇଯାଇଛନ୍ତି । ଏହି ଶ୍ରମିକମାନେ କୁରୁଙ୍ଗା କୁମେ ଜିଲ୍ଲାରେ ଏକ ରାସ୍ତା ପ୍ରୋଜେକ୍ଟ ଉପରେ କାମ କରୁଥିଲେ । ୫ଜୁଲାଇ ପରେ ଏହି ୧୯ ଶ୍ରମିକଙ୍କ କୌଣସି ପତ୍ତା କେହି ପାଉନଥିଲେ। ସୂଚନା ଅନୁସାରେ, ଏବେ ଜିଲ୍ଲାର ଡେପୁଟି କମିଶନର କହିବାନୁଯାୟୀ, ଜଣେ ଶ୍ରମିକଙ୍କ ମୃତଦେହ ମଳିଥିବାବେଳେ ଅନ୍ୟ ନିଖୋଜ ୧୮ଜଣଙ୍କ ସନ୍ଧାନ ଜାରି ରହିଛି ।

ଭାରତ ଏବଂ ଚୀନ୍ ସୀମା ନିକଟରେ ଥିବା କୁରୁଙ୍ଗା କୁମେ ଜିଲ୍ଲାର ଦାମିନ ନାମକ ଏକ ଆଭ୍ୟନ୍ତରୀଣ ଅଞ୍ଚଳ ରହିଛି । ସଡକ ସୀମା ସଂଗଠନ (ବିଆରଓ) ଙ୍କ ତତ୍ତ୍ବାବଧାନରେ ଏକ ସଡ଼କ ପ୍ରକଳ୍ପରେ ଏହି କାର୍ଯ୍ୟ ଚାଲିଛି । ବିଆରଓ ଉତ୍ତର ପୂର୍ବରେ ଭିତ୍ତିଭୂମି ପ୍ରକଳ୍ପର ଏକ ବିସ୍ତୃତ ନେଟୱାର୍କ ସୃଷ୍ଟି କରୁଛି । ଏହି ମାଧ୍ୟମରେ ଦାମିନରେ କାମ କରାଇବା ଲାଗି ଶ୍ରମିକମାନଙ୍କୁ ଅଣାଯାଇଥିଲା । ଉପ ଜିଲ୍ଲାପାଳ, ବେଙ୍ଗିଆ ନିଧି ଏଏନଆଇକୁ କହିଛନ୍ତି ଯେ ଜୁଲାଇ ୫ ତାରିଖରୁ ଦାମିନରେ କାର୍ଯ୍ୟ କରୁଥିବା ୧୯ ଜଣ ଶ୍ରମିକ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆସାମର ବୋଲି ଜଣାପଡିଛି।

ପୋଲିସ ଅଧିକାରୀଙ୍କ କହିବାମୁତାବକ, ଏହିସବୁ ଶ୍ରମିକ ଠିକାଦାରକୁ ଇଦ୍‌ ପାଇଁ ଛୁଟି ମାଗୁଥିଲେ କିନ୍ତୁ ଠିକାଦାର ଛୁଟି ଦେବାକୁ ମନା କରିଦେଇଥିଲେ। ତା’ ପରେ ଏମାନେ କାହାକୁ ନ କହି ପାଦରେ ଚାଲିଯାଇଥିଲେ। କୁରୁଙ୍ଗା କୁମେର ଘନ ଜଙ୍ଗଲରେ ନିଖୋଜ ହୋଇଥିବା ଆଶଙ୍କା କରାଯାଉଛି।

ସୂଚନା ମୁତାବକ, ଏବେ ପୂର୍ବୋତ୍ତର ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଏବଂ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି। ତେବେ ଅରୁଣାଚଳ ପ୍ରଦେଶ, ଆସାମ, ମିଜୋରାମ ଭଳି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ତେବେ ଏମାନଙ୍କୁ ଖୋଜାଚାଲିଛି ବୋଲି ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.