ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା! ନିଆଁରେ ଜଳି ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍‌ ଓ ଏକ ତୈଳ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ପାଖାପାଖି ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ସୂଚନାଥାଉ କି, ଏହି ଅଞ୍ଚଳରେ ଗତ ୩ ଦିନ ଭିତରେ ଏହା ହେଉଛି ଦ୍ୱିତୀୟ ବଡ଼ ସଡ଼କ ଦୁର୍ଘଟଣା।

ଉଦ୍ଧାରକାରୀ ଦଳଙ୍କ ସୂଚନା ମୁତାବକ, ଏହି ଦୁର୍ଘଟଣା ଲାହୋରଠାରୁ ପ୍ରାୟ ୩୫୦ କିଲୋମିଟର ଦୂର ସୁଲତାନରେ ଏକ ମୋଟରେଓ୍ଵରେ ଘଟିଛି। ଜରୁରୀକାଳୀନ ସେବା ‘ରେସ୍‌କ୍ୟୁ ୧୧୨୨’ର ଜଣେ ଅଧିକାରୀ କହିଛନ୍ତି, ଯାତ୍ରୀବାହୀ ବସ୍‌ଟି ଲାହୋରରୁ କରାଚି ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ତୈଳ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଜୋର୍‌ ଥିଲା ଯେ ଘଟଣାସ୍ଥଳରେ ହିଁ ୨୦ ଜଣ ଯାତ୍ରୀ ନିଆଁରେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।

ଦୁର୍ଘଟଣା ପରେ ବସ୍‌ରେ ନିଆଁ ଲାଗି ଯାଇଥିଲା। ଫଳରେ ଯାତ୍ରୀମାନେ ନିଆଁ ସଂସ୍ପର୍ଶରେ ଆସି ଯାଇଥିଲେ। ଉଦ୍ଧାରକାରୀ ଦଳଙ୍କ ସୂଚନା ମୁତାବକ, ନିଆଁରେ ଗୁରୁତର ଆହତ ହୋଇଥିବା ଯାତ୍ରୀମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.