ତାଇଓ୍ୱାନରେ ଟ୍ରକ ସହିତ ପିଟିହୋଇ ଲାଇନଚ୍ଯୁତ ହେଲା ଟ୍ରେନ: ୩୬ ମୃତ, ୭୨ ଆହତ
ତାଇପେ : ପୂର୍ବ ତାଇଓ୍ୱାନରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି । ଟ୍ରେନ୍ ଦୁର୍ଘଟଣାରେ ପାଖାପାଖି ୩୬ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୭୨ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ସକାଳ ୯ଟା ହୋଇଥିବା ଜଣାପଡିଛି। ଏହି ଟ୍ରେନରେ ୩୫୦ ଯାତ୍ରୀ ରହିଥିଲେ।
ପୂର୍ବତଟ ନିକଟରେ ଗୋଟିଏ ଟ୍ରେନ୍ ଲାଇନଚ୍ୟୁତ ହେବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସୂଚନା ମୁତାବକ, ଶୁକ୍ରବାର ଟ୍ରେନଟି ସୁଡଙ୍ଗ ଅତିକ୍ରମ ସମୟରେ ଟ୍ରକ୍ ସହ ପିଟି ହୋଇଥିଲା । ଫଳରେ ସଂଗେ ସଂଗେ ଟ୍ରେନଟି ଲାଇନଚ୍ୟୁତ ହେବାରୁ ୩୬ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ୭୨ରୁ ଅଧିକ ଗୁରୁତର ଯାତ୍ରୀଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
At least 36 people have died after a train derailed on Friday in eastern Taiwan, while 72 were injured, the transport ministry said: Reuters
— ANI (@ANI) April 2, 2021
ବର୍ତ୍ତମାନ ସେଠାରେ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି । ଆଗକୁ ମୃତକ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣାଟି ତେରେକ୍ ଜର୍ଜ ଦର୍ଶନୀୟ ସ୍ଥାନ ନିକଟରେ ହୋଇଛି ।