ଦେଶରେ ଗୋଟିଏ ଦିନରେ ୫୫ ପ୍ରତିଶତ ବଢିଲା ସଂକ୍ରମଣ! ଚିହ୍ନଟ ହେଲେ ୫୮ହଜାର ୯୭ ଜଣ ନୂଆ ସଂକ୍ରମିତ

ନୂଆଦିଲ୍ଲୀ(କେନ୍ଯୁଜ୍): ଦେଶରେ କରୋନାର ଲମ୍ବା ଲମ୍ଫ । ୨୪ ଘଣ୍ଟାରେ ୫୮ହଜାର ୯୭ ଜଣ କରୋନା ପଜିଟିଭ ଚିହ୍ନଟ। ଗୋଟିଏ ଦିନରେ ୫୫ ପ୍ରତିଶତ ବଢିଲା ସଂକ୍ରମଣ। ଗତକାଲି ଥିଲା ୩୭ ହଜାର ୩୭୯ । ୫୩୪ ଜଣଙ୍କ ଜୀବନ ନେଇଛି କରୋନା। କରୋନାରୁ ସୁସ୍ଥ ହୋଇଛନ୍ତି ୧୫ ହଜାର ୩୮୯ । ଆକ୍ଟିଭ କେସ ୨ଲକ୍ଷ ୧୪ ହଜାର ୪ରେ ପହଞ୍ଚିଛି। ପଜିଟିଭିଟି ରେଟ ରହିଛି ୪.୧୮ ପ୍ରତିଶତ। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୨ହଜାର ୫୫୧ରେ ପହଞ୍ଚିଛି ।

ସୂଚନା ଥାଉକି,  ଦିଲ୍ଲୀରେ ୪ଟି ବଡ଼ ଡାକ୍ତରଖାନାରୁ ୧୨୦ରୁ ଅଧିକ ଡାକ୍ତର କରୋନା ଆକ୍ରାନ୍ତ। ୫୦ ଏମ୍ସରୁ , ୫୦ ଜଣ ସଫଦରଜଙ୍ଗ ମେଡିକାଲରୁ କରୋନା ପଜିଟିଭ। ରାମ ମନୋହର ଲୋହିଆର ୧୫ ଡାକ୍ତର, ହିନ୍ଦୁ ରାଓ ହସ୍ପିଟାଲରୁ ୨୦ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ବିହାରରେ ମଧ୍ୟ ୧୦୦ରୁ ଅଧିକ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲରେ ୧୩୧ ଡାକ୍ତର ଓ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ଏତେ ସଂଖ୍ୟକ ଡାକ୍ତର କରୋନା ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟ ସେବା ବିଭ୍ରାଟ ହେବା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.