ଜାପାନରେ ତାଣ୍ଡବ ରଚୁଛି ସୁପର ଟାଇଫୁନ୍‌: ଘଣ୍ଟାପ୍ରତି ପବନର ବେଗ ୨୩୫ କିଲୋମିଟର ରହିଛି, ଉତ୍ତର ପୂର୍ବ ଦିଗ ଆଗକୁ ବଢି ହୋନ୍‌ସୁ ଆଡେ ମୁହାଁଇଛି

ନୂଆଦିଲ୍ଲୀ : ଜାପାନରେ ତାଣ୍ଡବ ରଚୁଛି ସୁପର ଟାଇଫୁନ୍‌ । ଜାପାନର ଦୀପ କ୍ୟୁଶୁ-କୁ ହିଟ୍‌ କରିଛି ଟାଇଫୁନ୍‌ ନାନ୍‌ମାଡୋଲ । ଦ୍ୱୀପର କାଗୋସିରେ ସ୍ଥଳଭାଗ ଛୁଇଁ ଆଗକୁ ବଢୁଛି। ଆଜି ହୋନସୁରେ ମାଡ କରିପାରେ ଟାଇଫୁନ । ଏହି ଝଡ଼ ଯୋଗୁ ଟୋକିଆରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ଝଡ ଯୋଗୁଁ କ୍ୟୁଶୁ ଦକ୍ଷିଣରେ ଥିବା ମିଆଜାକିରେ ଦେଖିବାକୁ ମିଳିଛି ବଡ଼ବଡ଼ ଜୁଆର। କାଗୋସି ଓ ମିୟାଜାକିରେ ହଜାର ହଜାର ଘର ଏବେ ଅନ୍ଧାର ଭିତରେ ରହିଛି।

ସେପଟେ ଟ୍ରେନ ଓ ବିମାନ ସେବା ଠପ୍‌ ହୋଇଯାଇଛି। ଟାଇଫୁନକୁ ନେଇ ଦେଶରେ ପ୍ରାୟ ୩୦ ଲକ୍ଷ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କ୍ୟୁଶୁର ଦକ୍ଷିଣାଞ୍ଚଳରେ ୪୦୦ ମିମି ବର୍ଷା ରେକର୍ଡ କରାଯାଇଛି। ପବନର ବେଗ ୨୩୫ କିଲୋମିଟର ପ୍ରତି ଘଣ୍ଟା ଥିବା ଜଣା ପଡିଛି। ଏହି ଟାଇଫୁନ ଉତ୍ତର ପୂର୍ବ ଦିଗ ଆଗକୁ ବଢି ହୋନ୍‌ସୁ ଆଡେ ମୁହାଁଇଛି। ଆସନ୍ତାକାଲି ବି ଜାପାନରେ ତାଣ୍ଡବ ରଚିବ ନାନ୍‌ମାଡୋଲ । ବୁଧବାର ସମୁଦ୍ରକୁ ଚାଲିଯିବ ଝଡ଼।

ଏହା ଏକ ଅତି ଭୟଙ୍କର ଝଡ଼ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି । ତୋଫାନରେ ଅନେକ ଘର ଧସିପଡ଼ିବାର ସମ୍ଭାବନା ରହିଥିବାବେଳେ ବନ୍ୟା ଓ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ଜାପାନରେ ପ୍ରତିବର୍ଷ ୨୦ଟି ଘୁର୍ଣ୍ଣିଝଡ ହୋଇଥାଏ । ଏହା ୨୦୨୨ ମସିହାର ଶକ୍ତିଶାଳୀ ଟାଇଫୁନ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକଲସ୍‌ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.