ଆଉ ସ୍କୁଲ ସାମ୍ନାରେ ବିକ୍ରି ହେବନି ଆଇସ୍କ୍ରିମ୍, ଚାଟ୍, ଗୁପ୍ଚୁପ୍; ପ୍ରଶାସନ ପକ୍ଷରୁ ଜାରି ହେଲା ଗାଇଡ୍ଲାଇନ୍
ଆଉ ସ୍କୁଲ ସାମ୍ନାରେ ବିକ୍ରି ହେବନି ଆଇସ୍କ୍ରିମ୍ ଓ ଫାଷ୍ଟ ଫୁଡ୍। ଟ୍ରାଫିକ୍ ଜାମ୍ ହେଉଥିବାରୁ ଏସବୁ ଦୋକାନକୁ ସ୍କୁଲ ସାମ୍ନାରେ ବିକ୍ରି ବନ୍ଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପ୍ରଶାସନ ଏଭଳି ଘୋଷଣା କରିଛନ୍ତି। ପ୍ରଶାସନ ପକ୍ଷରୁ ସ୍କୁଲ ସାମ୍ନାରେ ଠେଲା ଲଗାଇ ଆଇସ୍କ୍ରିମ୍ ଓ ଫାଷ୍ଟଫୁଡ୍ ବିକୁଥିବା ଦୋକାନୀଙ୍କ ଉପରେ ରୋକ୍ ଲଗାଯାଇଛି। ବୁଧବାର ଠାରୁ ଏହି ନିର୍ଦ୍ଦେଶ ଲାଗୁ ହୋଇଛି। ବିଭିନ୍ନ ସ୍କୁଲର ନୋଡାଲ ଅଧିକାରୀ, ସହରର ଟ୍ରାଫିକ୍ ପୋଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହେବା ପରେ ଏଭଳି ଗାଇଡ୍ଲାଇନ୍ ଜାରି କରାଯାଇଛି।
ଆଇସ୍କ୍ରିମ୍, ଚାଟ୍ ଓ ଗୁପ୍ଚୁପ୍ ବିକ୍ରି ଉପରେ ରୋକ୍:
ଗାଇଡ୍ଲାଇନ୍ ମୁତାବକ, ସ୍କୁଲ ଆଖପାଖରେ କୌଣସି ଦୋକାନ କିମ୍ବା ଗାଡ଼ିକୁ ଆଇସ୍କ୍ରିମ୍, ଚାଟ୍, ବେଲୁନ୍ ଓ ଅନ୍ୟ ସାମଗ୍ରୀ ବିକ୍ରି କରିବାକୁ ଅନୁମତି ଦିଆଯାଇନାହିଁ। ଏମାନେ ସ୍କୁଲ ସମୟ ପରେ ଟ୍ରାଫିକ୍ ଜାମ୍ କରାଉଛନ୍ତି। ସ୍କୁଲରୁ ବାହାରିବା ପରେ ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ବୁଲାବୁଲି କରିବା ପରିବର୍ତ୍ତେ ସିଧା ସ୍କୁଲ କ୍ୟାବ୍ କିମ୍ବା ବସ୍ ଭିତରେ ବସିବାକୁ ହେବ। ଯେଉଁ ଅଭିଭାବକ ନିଜ ପିଲାଙ୍କୁ ନେବା ପାଇଁ ସ୍କୁଲ ଛୁଟି ହେବା ପୂର୍ବରୁ ପହଞ୍ଚୁଛନ୍ତି, ସେମାନଙ୍କୁ ନିଜ ଗାଡ଼ିକୁ ସ୍କୁଲ ଠାରୁ ଏକ କିଲୋମିଟର ଦୂରରେ ପାର୍କିଂ କରିବା ଆବଶ୍ୟକ।
Up News Ban On Ice Cream And Fast Food Cart Outside Schools In Lucknow | Lucknow News: Know why https://t.co/OAmv8uPkN7
— TIMES18 (@TIMES18News) August 3, 2022
ଗାଡ଼ି ଠିଆ କରିବା ଉପରେ ମଧ୍ୟ ପ୍ରତିବନ୍ଧକ:
ସ୍କୁଲ ଛୁଟି ହେବା ପରେ ଅଭିଭାବକ ସ୍କୁଲ ଯାଏଁ ଗାଡ଼ି ନେଇ ଆସିବା ଆବଶ୍ୟକ ଓ ନିଜ ପିଲାକୁ କମ୍ ସମୟ ମଧ୍ୟରେ ନେଇ ଏହି ପରିସରରୁ ଚାଲିଯିବା ଉଚିତ୍। ଫଳରେ ଗହଳି ହେବ ନାହିଁ କି ଶବ୍ଦ ବି ଅଧିକ ହେବ ନାହିଁ। ସ୍କୁଲ ଆଡ଼କୁ ଆସୁଥିବା କୌଣସି ରାସ୍ତାରେ କାହାକୁ ବି ଗାଡ଼ି ପାର୍କିଂ କରିବାର ଅଧିକାର ନାହିଁ। ଏଥିପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ ବୋଲି ଗାଇଡ୍ଲାଇନ୍ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଅଭିଭାବକ-ଶିକ୍ଷକ ବୈଠକରେ ସ୍କୁଲ ପକ୍ଷରୁ ପିଲାଙ୍କ ବାପା-ମାଙ୍କୁ ଏ ନେଇ ସୂଚନା ଦିଆଯାଇଥିବା ନେଇ ଜଣାଯାଇଛି।
Also Read: ମୋଦିଙ୍କ ‘ହର୍ ଘର ତ୍ରିରଙ୍ଗା’ ଅଭିଯାନର ଜବାବରେ କଂଗ୍ରେସ ଲଗାଇଲା ନେହରୁଙ୍କ ଫଟୋ, RSS କୁ କଲା କଡ଼ା ସମାଲୋଚନା