ଏଲ୍‌ଏସିରେ ଉତ୍ତେଜନା : ଲଦାଖରେ ଭାରତ ଓ ଚୀନ୍‌ର ଲକ୍ଷେ ଲେଖାଏଁ ସେନା ନିୟୋଜିତ କଲେ

ନୂଆଦିଲ୍ଲୀ : ଚୀନ୍‌ ସେନା ପୁଣି ଥରେ ମୈାଖିକ ଚୁକ୍ତିକୁ ଉଲଂଘନ କରି ଲଦାଖରେ ଅତିରିକ୍ତ ବ୍ରିଗେଡ଼୍‍ ନିୟୋଜିତ କରିଛି । ଫଳରେ ସୀମାରେ ଚୀନ୍‌ର ସୈନ୍ୟ ସଂଖ୍ୟା ଏକ ଲକ୍ଷକୁ ବୃଦ୍ଧି ପାଇଥିବା ଅନୁମାନ କରାଯାଉଛି । ଚୀନ୍‌ର ସୈନ୍ୟ ବୃଦ୍ଧିକୁ ଲକ୍ଷ୍ୟ କରି ଭାରତ ମଧ୍ୟ ଆଉ ଏକ ଡିଭିଜନ ସୈନ୍ୟ ନିୟୋଜିତ କରୁଛି ।

lac-12

ଫଳରେ ସୀମାରେ ଉଭୟ ଦେଶର ପ୍ରାୟ ଲକ୍ଷେ ଲେଖାଏଁ ସୈନ୍ୟ ନିୟୋଜିତ ହେବା ନେଇ ସୂଚନା ମିଳିଛି । ସୀମାରେ ସୈନ୍ୟ ବୃଦ୍ଧି କରି ଚୀନ୍‌ ନିଜ ସୈନ୍ୟଙ୍କ ମନୋବଳ ବଢ଼ାଇବାକୁ ଚାହିଁଛି । ଏକ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି, ପୂର୍ବ ଲଦାଖର ଫିଙ୍ଗର-୪ ଇଲାକାରେ ଭାରତ ଓ ଚୀନ୍‌ ୧୮ ହଜାର ଫୁଟ୍‌ ଉଚ୍ଚରେ ନିଜର ସୈନ୍ୟ ମୁତୟନ କରିଛନ୍ତି ।

lac-13

ଚୀନ୍‌ର ଏଭଳି ମନୋଭାବ ଉପରେ ଭାରତର ଜଣେ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି, ଚୀନ୍‌ ଉପରେ ଭରସା କରିବା ନିଜକୁ ଠକିବା ସହ ସମାନ । କାରଣ ଚୀନ୍‌ର କହିବା ଓ କରିବାରେ କୈାଣସି ମେଳ ନାହିଁ । ଦୁଇ ଦେଶର ସୈନ୍ୟ କମାଣ୍ଡର ସ୍ତରୀୟ ଆଲୋଚନା ୭ ଥର ହେଲେ ମଧ୍ୟ ସୀମାରେ ଚୀନ୍‌ର ଗତିବିଧି ସନ୍ଦେହପୂର୍ଣ୍ଣ ରହିଛି ।

ସେ ତା’ର ମୈାଖିକ ଚୁକ୍ତିକୁ ଭାଙ୍ଗି ସୀମାରେ ଉତ୍ତେଜକ ପରିସ୍ଥିତି ସୃଷ୍ଟି କରୁଛି । ଚୀନ୍‌ର ଗତିବିଧିକୁ ଦେଖିଲେ କୈାଣସି ବି ପରିସ୍ଥିତିରେ ଯୁଦ୍ଧ ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ତେଣୁ ଭାରତର ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ସୈନ୍ୟଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.