ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା

ବର୍ତ୍ତମାନ ୟୁକ୍ରେନ ଓ ଋଷିଆ ଯୁଦ୍ଧ ଲଗାତାର ଚାଲିଛି। ଏମିତିକି ଯୁଦ୍ଧ ରୋକିବା ପାଇଁ ଅନେକ ଚାହୁଁଥିବା ବେଳେ ଋଷ ୟୁକ୍ରେନ ଉପରେ ନିଜ ଆକ୍ରମଣକୁ ରୋକିବାରେ ନାଁ ଧରୁନି। ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି ଋଷ। ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ନିୟନ୍ତ୍ରଣ ନହେବାରୁ ସେଠାରେ ରହୁଥିବା ଅନେକ ଭାରତୀୟଙ୍କୁ ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନରୁ ଭାରତ ଆଣିବାରେ ସାହାଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ତେବେ ଏହି ଯୁଦ୍ଧ ସମୟରେ କେବଳ ଭାରତୀୟଙ୍କୁ ନୁହେଁ ଅନ୍ୟ ଦେଶ ଯେମିତିକି ପାକିସ୍ତାନ ଓ ବାଂଲାଦେଶୀମାନଙ୍କୁ ସ୍ଥାନାନ୍ତର କରାଯାଉଛି ଅପରେସନ ଗଙ୍ଗା ମାଧ୍ୟମରେ। ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବାଂଲାଦେଶୀ ନାଗରିକମାନଙ୍କୁ ନିଜ ଦେଶକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିବାରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି।

ଇଣ୍ଡିଆନ ୱାର୍ଲ୍ଡ ଫୋରମର ସଭାପତି ପୁନିତ ସିଂ ଚାନ୍ଦୋକଙ୍କ ଅନୁଯାୟୀ, ସୁମିରୁ ୧୨ ଟି ବସ୍ ସହରର ସମସ୍ତ ଭାରତୀୟଙ୍କୁ ନେଇ ଏକ ଭାରତୀୟ କନଭୟ ପାଖରେ ପହଞ୍ଚାଯାଇଥିଲା। ଏହି କନଭୟ ୟୁକ୍ରେନରୁ ନଅ ଜଣ ବାଂଲାଦେଶୀଙ୍କୁ ମଧ୍ୟ ସ୍ଥାନାନ୍ତର କରିଛି। ଖାଲି ସେତିକି ନୁହେଁ ଏହା ନେପାଳ ଏବଂ ଟ୍ୟୁନିସିଆର ଛାତ୍ରମାନଙ୍କୁ ମଧ୍ୟ ଆଣିଥିଲା।

କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଗତ ମଙ୍ଗଳବାର କହିଛନ୍ତି: “ମୁଁ କଣ୍ଟ୍ରୋଲ ରୁମକୁ ଯାଞ୍ଚ କରିଥିଲି, ୬୯୪ ଜଣ ଭାରତୀୟ ଛାତ୍ର ସୁମିରେ ରହିଛନ୍ତି। ଆଜି ସେମାନେ ସମସ୍ତେ ପୋଲଟାଭା ଯିବା ପାଇଁ ବସ୍ ଚଢ଼ିସାରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.