ଲଦାଖରେ ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ

ଲଦାଖ: ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ବୁଧବାରଠାରୁ ପୁଣି ଆରମ୍ଭ ହୋଇଯାଇଛି । ଦୁଇ ଦେଶର ସେନା ପୂର୍ବ ଲଦାଖରେ ମୁହାଁମୁହିଁ ହୋଇଛନ୍ତି । ଖବର ମୁତାବକ ଏହି ସମୟରେ ଭାରତ ଏବଂ ଚୀନ୍ ସେନା ଭିତରେ ବହୁ ସମୟ ଧରି ଧକ୍କା ମରାମରି ପରିସ୍ଥିତି ଲାଗି ରହିଥିଲା । ଏହି ଘଟଣାଟି ୧୩୪ କିମି ଲମ୍ବା ପେଂଙ୍ଗୋଗ୍ ନଦୀ ତଟରେ ହୋଇଥିଲା । ପରେ ଉଭୟ ପକ୍ଷ ମଧ୍ୟରେ ପ୍ରତିନିଧିତ୍ବ ମଣ୍ଡଳ ସ୍ତରରେ କଥାବାର୍ତ୍ତା ପରେ ସ୍ଥିତି ସାମାନ୍ୟ ହୋଇଥିଲା । ଏଠାରେ ସୂଚନା ଥାଉକି ନଦୀର ଏକ ତୃତୀୟାଂଶ ଚୀନ ନିୟନ୍ତ୍ରଣରେ ରହିଛି । କାରଣ ଏହା ତିବତ୍ ଠାରୁ ଆରମ୍ଭ କରି ଲଦାଖ୍ ଯାଏଁ ବ୍ୟାପିଛି ।

ଭାରତୀୟ ସୈନିକ ପେଟ୍ରୋଲିଙ୍ଗରେ ଥିବା ସମୟରେ ପିପୁଲ୍ସ ଲିବରେସନ୍ ଆର୍ମିଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ଉକ୍ତ ସୈନିକ ମାନେ ଭାରତୀୟ ସୈନିକଙ୍କ ଉପସ୍ଥିତିକୁ ଦେଖି ଆପତ୍ତି ଉଠାଇଥିଲେ । ଏହାପରେ ଉଭୟଙ୍କ ଭିତରେ ଧକ୍କା ମରାମରି ଭଳି ସ୍ଥିତି ଉପୁଯିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.