‘ସରକାର ଆମ ଅନୁସାରେ ହିଁ ଚାଲିବ, ଅଫିସର କେବଳ ୟେସ୍ ସାର୍ କହିବାକୁ ଅଛନ୍ତି’, ବ୍ୟୁରୋକ୍ରାଟ୍ସଙ୍କ ଉପରେ ବର୍ଷିଲେ ନୀତୀନ ଗଡ଼କରୀ
ପ୍ରଶାସନିକ ଅଧିକାରୀ କେବଳ ଆମ କଥାରେ ୟେସ୍ ସାର ନୋ ସାର୍ କହିବାକୁ ଅଛନ୍ତି, ସେମାନଙ୍କୁ ଆଉ କିଛି ଅଧିକାର ଦିଆଯାଇନାହିଁ। ଏଭଳି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ। ମଙ୍ଗଳବାର ନାଗପୁରରେ ଅଫିସରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି, ସରକାର ଆପଣଙ୍କ (ବ୍ୟୁରୋକ୍ରାଟ୍ସ) ମୁତାବକ କାମ କରିବ ନାହିଁ। ଆପଣ ମନ୍ତ୍ରୀଙ୍କ ହିସାବରେ କାମ କରିବେ। ଆଦିବାସୀ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ଗଡ଼କରୀ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମୁଁ ସବୁବେଳେ ଅଫିସରଙ୍କୁ କୁହେ ଯେ ସରକାର ଆପଣଙ୍କ କହିବନୁସାରେ କାମ କରିବ ନାହିଁ। ଆପଣଙ୍କୁ କେବଳ ଜି ସାର୍ କହିବାର ଅଛି। ଆପଣଙ୍କୁ ତାହା ହିଁ ଲାଗୁ କରିବାକୁ ହେବ, ଯାହା ଆମେ (ମନ୍ତ୍ରୀ) କହିବୁ। ସରକାର ଆମ ଅନୁସାରେ ଚାଲିବ।
I always tell the officers (bureaucrats), that the government will not work according to what you say, you only have to say “Yes Sir”. You have to implement whatever we (ministers) are saying, government will work according to us: Union Minister Nitin Gadkari (09.08)
— ANI (@ANI) August 10, 2022
ଏ ଅବସରରେ ସେ ମହାତ୍ମାଗାନ୍ଧୀଙ୍କର ଏକ କଥା ବି କହିଥିଲେ। ସେ କହିଥିଲେ- ବାପୁ କହିଥିଲେ ଯେ ଗରିବଙ୍କ ଉନ୍ନତି କରିବା ବାଟରେ କୌଣସି ଆଇନ୍ ଆସିପାରିବ ନାହିଁ। ମୁଁ ଜାଣିଛି ଯେ ଗରିବଙ୍କ ପାଇଁ କାମ କରିବା ବାଟରେ କୌଣସି କାନୁନ୍ ବାଧା ଦେଇପାରିବ ନାହିଁ। କିନ୍ତୁ ଯଦି କୌଣସି ଆଇନ୍ ମଝିରେ ଆସିବ ତେବେ ତାହାକୁ ଭାଙ୍ଗିବାକୁ ମୁଁ ୧୦ ଥର ବି ପଛଘୁଞ୍ଚା ଦେବି ନାହିଁ।
ଏହା ପୂର୍ବରୁ ମଙ୍ଗଳବାର ନୀତୀନ ଗଡ଼କରୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ କ୍ୟାବିନେଟ୍ ବିସ୍ତାର ପାଇଁ ଶୁଭେଚ୍ଛା ଜଣାଇଥିଲେ। ସେ ଏକ ଟ୍ଵିଟ୍ କରି ଲେଖିଥିଲେ, ମୁଁ ମହାରାଷ୍ଟ୍ର କ୍ୟାବିନେଟ୍ରେ ସମସ୍ତ ନୂଆ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛି। ମୁଁ ଜାଣିଛି ଯେ ଆପଣଙ୍କ ଅନୁଭବ ମହାରାଷ୍ଟ୍ରର ବିକାଶରେ ସହାୟକ ହେବ।
Also Read: ମାଗଣାରେ ରାସନ ବଣ୍ଟନ ନେଇ ସରକାରଙ୍କ ବଡ଼ ଘୋଷଣା: ଆହୁରି ୩ ମାସ ଯାଏଁ ଲୋକଙ୍କୁ ମିଳିବ ଖାଦ୍ୟ ସାମଗ୍ରୀ