ଏଲ୍‌ଏସି ନିକଟରେ ପଇଁତରା ମାରୁଛି ଚୀନ୍‌ ହେଲିକପ୍ଟର : ଲଦାଖ ଓ ହିମାଚଳ ପ୍ରଦେଶର ସୀମାରେ ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: ବିଶ୍ବ ବର୍ତ୍ତମାନ ମହାମା‌ରୀ କରୋନାକୁ ସଂଘର୍ଷ ଜାରି ରଖିଥିବାବେଳେ ଏଭଳି ପରିସ୍ଥିତିରେ ଭାରତକୁ ଟାର୍ଗେଟ୍ କରିଛି ଚୀନ୍‌। ସବୁକିଛି ଠିକ୍‌ ଚାଲିଥିବା ବେଳେ ହଠାତ୍ ଚୀନ୍ ନିଜର ଔଦ୍ଧତ୍ଯ ଦେଖାଇ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିଛି। ସୂଚନା ଅନୁସାରେ ସୋମବାର ରାତିରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଘାଟିରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ‌ହୋଇଛନ୍ତି। ତେବେ ଚୁପ୍ ନରହି ଏହାର ପ୍ରତି ଉତ୍ତର ମଧ୍ଯ ଦେଇଥିଲା ଭାରତୀୟ ‌ସେନା ।

indianପାଲଟା ଜବାବରେ ଚୀନ ସେନାର ୪୩ ଜଣ ସୈନିକ ପ୍ରାଣ ହରାଇଥିବାକ କୁହାଯାଉଥିବାବେଳେ, ଚୀନ୍ କିନ୍ତୁ ୫ ଜଣ ସୈନିକ ମରିଥିବାର ସ୍ବୀକାର କରୁଛି। ଉତ୍ତେଜନା ହ୍ରାସ ଲାଗି ଦୁଇ ଦେଶ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ଏବେ ଉଭୟ ପକ୍ଷର ସେନା ପଛକୁ ହଟିଯାଇଛନ୍ତି। ତେବେ ଏହି ସଂଘର୍ଷରେ କୌଣସି ପଟୁ ଗୁଳି ଫୁଟିନଥିଲା ବରଂ ଲୁହାଛଡ଼ ଓ ପଥରକୁ ଅସ୍ତ୍ର କରାଯାଇଥିଲା। ତେବେ ମୃତ ଜବାନଙ୍କୁ ଆଣିବା ଲାଗି ଭାରତୀୟ ସାମରିକ ହେଲିକପ୍ଟର ପଠାଯାଇଛି। ଏଲ୍‌ଏସି‌ ନିକଟରେ ଚୀନର ହେଲିକପଟର ମଧ୍ୟ ପଇଁତରା ମାରୁଥିବା ଦେଖିବାକୁ ମିଳିଛି।

modiହିମାଚଳପ୍ରଦେଶରେ ଚୀନ ସୀମାରେ ଭାରତୀୟ ସେନାକୁ ସତର୍କ କରାଯାଇଛି । ତେବେ ଉତ୍ତେଜନା ହ୍ରାସ ପାଇଁ ଗତକାଲି ନିଜ ବାସଭବନରେ ପ୍ରଧାନମନ୍ତ୍ରୀ ସୁରକ୍ଷା ସଂପର୍କିତ କ୍ୟାବିନେଟ୍‌ କମିଟି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ୩ ସେନା ମୁଖ୍ୟଙ୍କ ସହ ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି। ଆଜି ପୁଣି ଉଚ୍ଚସ୍ତରୀୟ ବୈଠକ ବସୁଥିବାବେଳେ ଉଭୟ ଦେଶ ଶାନ୍ତି ବଜାୟ ରଖିବାକୁ ଜାତିସଂଘ ମହାସଚିବ ଆହ୍ଵାନ ଦେଇଛନ୍ତି । ଦୁଇ ଦେଶ ସ୍ଥିତି ସୁଧାର କରିବା ନେଇ ପଦକ୍ଷେପ ନେବାକୁ ସେ କହିଛନ୍ତି ।

ଅପରପଟେ ସୀମାରେ କାର୍ଯ୍ୟକଳାପ ନେଇ ଭାରତର ଆଭିମୁଖ୍ୟ ସବୁବେଳେ ସ୍ପଷ୍ଟ ଏବଂ ଯାହା କାମ ହେଉଛି ତାହା ଏଲ୍‌ଏସିର ଭାରତ ସୀମା ଭିତରେ ହେଉଛି। ଚୀନ ପକ୍ଷରୁ ମଧ୍ୟ ଏହା ଆଶାକରୁଛୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ କୁହାଯାଇଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୀନକୁ ଲାଗିଥିବା ଲଦାଖ ଓ ହିମାଚଳ ପ୍ରଦେଶର ସୀମା ପାଖରେ ହାଇଆଲର୍ଟ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.