ଲାକ୍ଷାଦ୍ୱୀପ ଉପରେ ବାତ୍ୟା ‘ତାଉ-ତେ’, ଘଣ୍ଟାପ୍ରତି ୭ କିଲୋମିଟର ବେଗରେ କରୁଛି ଗତି

ଲାକ୍ଷାଦ୍ୱୀପ ଉପରେ ବାତ୍ୟା ‘ତାଉ-ତେ’ । ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ଏହି ସାଇକ୍ଲୋନିକ ଷ୍ଟର୍ମ । କେରଳର କନ୍ନୁରଠାରୁ ୩୦୦ କିଲୋମିଟର ଓ ଗୁଜରାଟ ଠାରୁ ୯୯୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ତାଉ-ତେ’ । ରବିବାର ଓ ସୋମବାର ଭେରୀ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ।

ଆଜି ପବନର ବେଗ ୭୦ରୁ ୧୦୦ କିଲୋମିଟର ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ରାତିରୁ ବଢିବ ପବନର ବେଗ । ସୋମବାର ଘଣ୍ଟାକୁ ୧୩୦ରୁ ୧୫୦ କିଲୋମିଟର ବେଗରେ ବହିବ ପବନ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କ୍ରମଶଃ ଗୁଜୁରାଟ ଉପକୂଳ ଆଡ଼କୁ ଗତି କରିବ । ପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗ ଗୁଜରାଟ ଉପକୂଳ ଦେଇ ପାକିସ୍ତାନ ଆଡକୁ ମୁହାଁଇବ । ୧୮ ତାରିଖ ବେଳକୁ ଏହା ଗୁଜରାଟ ଉପକୂଳ ପହଁଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଲାକ୍ଷାଦ୍ୱୀପ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ଉପକୂଳରେ ଅଧିକ ପ୍ରଭାବ ପଡ଼ିପାରେ । ଆଜି ଓ କାଲି ଏସବୁ ରାଜ୍ୟ ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ମଙ୍ଗଳବାର କିମ୍ବା ବୁଧବାର ତାଉ-ତେ ଗୁଜୁରାଟ ଦେଇ ପାକିସ୍ତାନରେ ସ୍ଥଳଭାଗ ଛୁଇଁବ । ଲାକ୍ଷାଦ୍ୱୀପ ଉପରେ ଥିବା ବାତ୍ୟାର ନାଁ ରଖାଯାଇଛି ‘ତାଉ ତେ’ । ମିଆଁମାର ଏହି ବାତ୍ୟାର ନାଁ ‘ତାଉ ତେ’ ରଖିଛି । ତାଉ ତେ’ର ଅର୍ଥ ହେଉଛି ଝିଟିପିଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.