ଅତି ଭୟଙ୍କର ଓ ପ୍ରଳୟଙ୍କରୀ ରୂପ ଧାରଣ କରି ଗୁଜରାଟ ଉପକୂଳରେ ପହଞ୍ଚିଛି ତାଉ-ତେ, ୨ ଘଣ୍ଟା ଯାଏଁ ରଚିବ ତାଣ୍ଡବ

କେନ୍ୟୁଜ୍(ବ୍ୟୁରୋ):  ଅତି ଭୟଙ୍କର ଓ ପ୍ରଳୟଙ୍କରୀ ରୂପ ଧାରଣ କରି ଗୁଜରାଟ ଉପକୂଳରେ ପହଞ୍ଚିଛି ତାଉ-ତେ । ଆରମ୍ଭ ହୋିଛି ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ଆସନ୍ତା ଦୁଇ ଘଣ୍ଟା ଧରି ଲ୍ୟାଣ୍ଡ ଫଲ୍‌ ଜାରି ରହିବ । ପୋରବନ୍ଦର-ମହୁଭା ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଏବେ ସଂପୃକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ପବନ ଜାରି ରହିଛି ।

ଘଣ୍ଟାପ୍ରତି ୧୬୦ କିଲୋମିଟରରୁ ଅଧିକ ବେଗର ବହୁଛି ପବନ । ପବନରେ ବେଗ ବଢ଼ି ଘଣ୍ଟାପ୍ରତି ୧୮୫ କିଲୋମିଟର ଛୁଇଁପାରେ । ଏହାର ପ୍ରଭାବରେ ସୌରାଷ୍ଟ୍ର, ଡିଉ ଓ ସଂଲଗ୍ନ ଗୁଜରାଟ ଅଞ୍ଚଳରେ ପ୍ରବଳ ବର୍ଷା ପବନ ଆରମ୍ଭ ହୋଇଛି । ଗୁଜରାଟ ଉପକୂଳର ବିଭିନ୍ନ ସ୍ଥାନରେ ୩-୪ ମିଟର ଜୁଆର ଉଠିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.