ଜ୍ୟାକଲିନ୍ ଫର୍ଣ୍ଣାଡିସ୍ଙ୍କୁ ସମନ, ସେପ୍ଟେମ୍ବର ୧୪ରେ ହେବେ ହାଜର

ନୂଆଦିଲ୍ଲୀ : ଜ୍ୟାକଲିନ୍ଙ୍କୁ ପୁଣି ହୋଇଛି ସମନ । ମନି ଲଣ୍ଡରିଂ ମାମଲାରେ ସମନ ଜାରି କରିଛି ଦିଲ୍ଲୀ ପୋଲିସର EOW । ସେପ୍ଟେମ୍ବର ୧୪ ତାରିଖରେ ହାଜର ହେବାକୁ ସମନ ହୋଇଛି ତାଙ୍କୁ । ପୂର୍ବରୁ ଜ୍ୟାକଲିନଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଛି । ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କାର ବଟି ଆଦାୟ ମାମଲାରେ ତଦନ୍ତ କରୁଛି ଇଡି ।

ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ । ଚନ୍ଦ୍ରଶେଖରଙ୍କ ଠାରୁ ଜାକ୍ଲିନ୍ ଯାହା ଯାହା ଉପହାର ନେଇଥିଲେ ସେସବୁ ଇଡିର ସବୁ ଚାର୍ଜସିଟ୍ରେ ଉଲ୍ଲେଖ ରହିଛି। ଚନ୍ଦ୍ରଶେଖର ଜାକ୍ଲିନଙ୍କୁ ୭ କୋଟି ୧୨ ଲକ୍ଷ ଟଙ୍କା ଏବଂ ୫ କୋଟି ୭୧ ଲକ୍ଷ ଟଙ୍କାର ଗିଫ୍ଟ ଦେଇଥିବା ଇଡି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.