ବାହାଘରରେ ଖାଦ୍ୟ ନଷ୍ଟ କଲେ ସରକାର ଲଗାଇବେ ଲକ୍ଷାଧିକ ଟଙ୍କା ଜରିମାନା, ଏବେଠୁ ହୋଇଯାଆନ୍ତୁ ସତର୍କ

ଏଣିକି ବାହାଘରରେ ଖାଦ୍ୟ ନଷ୍ଟ କରିବେ ତ ଆପଣଙ୍କୁ ଗଣିବାକୁ ପଡ଼ିବ ଅର୍ଥ। ଖାଦ୍ୟ ନଷ୍ଟ କରୁଥିବା ହୋଟେଲ, ରେସ୍ତୋରା ଏବଂ ବାହାଘର ଆୟୋଜନ କରିଥିବା ପରିବାରକୁ ପାଖାପାଖି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏଫଏସଏସଏଆଇ ଏହାର ଡ୍ରାଫ୍ଟ ପ୍ରସ୍ତୁତ କରିଛି। ଏହି ଡ୍ରାଫ୍ଟକୁ ମଞ୍ଜୁରୀ ପାଇଁ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପଠାଯିବ।

କାହିଁକି ଲାଗୁ ହେଉଛି ଏଭଳି ନିୟମ
ହୋଟେଲ, ରେସ୍ତୋରାଠାରୁ ଆରମ୍ଭ କରି ବିବାହ, ବ୍ରତଘର ଓ ବିଭିନ୍ନ ଉତ୍ସବ ଆଦିରେ ଖାଦ୍ୟ ନଷ୍ଟ ହେବା ଏକ ସାଧାରଣ କଥା। ଅଧିକରୁ ଅଧିକ ଲୋକଙ୍କୁ ଏହା ଜଣା ବି ନ ଥାଏ, ବଳକା ଖାଦ୍ୟକୁ କେଉଁଠି ଏବଂ କିଭଳି ବ୍ୟବହାର କରାଯାଇ ପାରିବ। ତେଣୁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ(ଏଫଏସଏସଏଆଇ) ବଳକା ରହିଥିବା ଖାଦ୍ୟର ବ୍ୟବହାରକୁ ନେଇ ଏବେ ଏକ ନିୟମ ଆଣିବାକୁ ଯାଉଛି।

ଗୁଣବତ୍ତା ଉପରେ ନଜର
ଅନେକ କ୍ଷେତ୍ରରେ ଦେଖାଯାଏ କି, କେତେକ ଏନଜିଓ ହୋଟେଲ, ରେସ୍ତୋରା ଏବଂ ବାହାଘର ଆଦିରେ ବଳକା ଖାଦ୍ୟକୁ ନେଇ ଗରିବ ଲୋକଙ୍କୁ ବାଣ୍ଟିଥାଆନ୍ତି। କିନ୍ତୁ ଖାଦ୍ୟର ଗୁଣବତ୍ତାକୁ ନେଇ କୌଣସି ମାନଦଣ୍ଡ ନ ଥାଏ। ନୂଆ ଡ୍ରାଫ୍ଟରେ ଏହି ବିଷୟ ଉପରେ ବିଶେଷ ଧ୍ୟାନ ଦିଆଯିବ।

food fud

ହୋଟେଲ, ରେସ୍ତୋରା ଓ ବାହାଘର ଆୟୋଜକଙ୍କୁ କରିବାକୁ ପଡ଼ିବ ପଞ୍ଜୀକରଣ
ନୂଆ ବ୍ୟବସ୍ଥାବଳୀ ଅନୁସାରେ, ହୋଟେଲ, ରେସ୍ତୋରା ଓ ବାହାଘର ଆୟୋଜକଙ୍କୁ ଏଫଏସଏସଏଆଇର ୱେବସାଇଟରେ ପଞ୍ଜୀକ୍ତ କରାଯିବ। ଏହାସହିତ ଖାଦ୍ୟ ବାଣ୍ଟିବା ପାଇଁ ଏନଜିଓ ଅଧିକ୍ତ କରାଯିବ। ଉକ୍ତ ଡ୍ରାଫ୍ଟ ଅନୁସାରେ, ସମସ୍ତ ରାଜ୍ୟରେ ଖାଦ୍ୟ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠନ ହେବ। ଏହି ସମିତି ଦାନରେ ଦିଆଯାଇଥିବା ଭୋଜନର ଯାଞ୍ଚ କରିବ ଏବଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପରାମର୍ଶ ଦେବ। ଅନ୍ୟପକ୍ଷରେ ସଂଯୁକ୍ତ ରାଷ୍ଟ୍ର ରିପୋର୍ଟ ଅନୁସାରେ, ପ୍ରତିବର୍ଷ ଦେଶରେ କୋଟିଏ ଟନର ଖାଦ୍ୟ ନଷ୍ଟ ହେଉଛି।

ଏହାସହ ପଢ଼ନ୍ତୁ: ବିବାହ ପରେ ସାଥୀଙ୍କ କାନରେ କୁହନ୍ତୁ ଏହି କଥା, ବଢ଼ିଯିବ ପ୍ରେମ

ଜାଣନ୍ତୁ କ’ଣ ରହିବ ସର୍ତ୍ତ
-ବଳକା ଖାଦ୍ୟର ସଫାସୁତରା ଏବଂ ହାଇଜିନ୍ ଉପରେ ବିଶେଷ ଧ୍ୟାନ ରଖିବାକୁ ପଡ଼ିବ।
-ଯଦି ଖାଦ୍ୟକୁ ପ୍ୟାକେଟ କରୁଛନ୍ତି, ତା’ହେଲେ ସେଥିରେ ଏକ୍ସପାଏରୀ ଡେଟ୍, ନିରାମିଷ କି ଆମିଷ, ଏହି ସୂଚନା ଦେବାକୁ ପଡ଼ିବ।
-ଦାନକର୍ତ୍ତା ଏବଂ ଦାନ ନେଉଥିବା ସଂସ୍ଥାକୁ ପ୍ରତ୍ୟେକ ପ୍ୟାକେଟ ବିତରଣର ରେଜିଷ୍ଟର ରଖିବା ଅନିବାର୍ଯ୍ୟ।
-ବଳକା ଖାଦ୍ୟକୁ ଭଲ ଭାବେ ପ୍ୟାକ୍ କରି ତାହାକୁ ୭ ଡିଗ୍ରୀ ସେଲସିୟସ ତାପମାତ୍ରାରେ ରଖିବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.