ଇଡିର ନୂଆ ଖୁଲାସା: ଦୁବାଇର ଏକ ରେସ୍ତୋରାଁ ଜରିଆରେ ପିଏଫ୍‌ଆଇକୁ ମିଳୁଥିଲା କୋଟି କୋଟି ଟଙ୍କାର ଫଣ୍ଡିଂ

ନୂଆଦିଲ୍ଲୀ: ସାରା ଦେଶରେ ପିଏଫ୍‌ଆଇର ବିଭିନ୍ନ ଅଫିସ ଉପରେ ଚଢ଼ଉ ପରେ ଏନ୍‌ଆଇଏ ଏହାର ସଭାପତିଙ୍କ ସମେତ ଅନେକ କର୍ମଚାରୀଙ୍କୁ ଗିରଫ କରିଛି। ଏବେ ଖୁଲାସା ହୋଇଛି ଯେ ରେସ୍ତୋରାଁ ମାଧ୍ୟମରେ ଗଲ୍ଫ ଦେଶରୁ ପିଏଫ୍‌ଆଇକୁ ପାଣ୍ଠି ଆସୁଥିଲା। ପିଏଫ୍‌ଆଇ କହିଛି ଯେ ସେମାନେ ଭାରତରୁ ଚାନ୍ଦା ଆକାରରେ ୧୨୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି। କିନ୍ତୁ ପ୍ରକୃତରେ ତାହା ସତ ନୁହେଁ।

ଅନ୍ୟପଟେ ପିଏଫ୍‌ଆଇ ଗଲ୍ଫ ଦେଶରେ ଏକ ଖବରକାଗଜ ବି ପ୍ରକାଶନ କରୁଛି। ଏହା ମାଧ୍ୟମରେ ସେ କେବଳ ଭାରତ ବିରୋଧୀ ଏଜେଣ୍ଡା ଚଳାନ୍ତି ନାହିଁ ବରଂ ଟଙ୍କା ଉଠାଇବା ଏବଂ କଳା ଟଙ୍କାକୁ ଧଳା ରଙ୍ଗରେ ପରିଣତ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି।

ଗଲ୍ଫ ଦେଶରେ ‘ଗଲ୍ଫ ତେଜସ୍‌ ଡେଲି’ ନାମକ ଏକ ଖବରକାଗଜ ପ୍ରକାଶିତ କରିବା ସହ ଭାରତରେ ବି ନକଲି ଦାନ ରସିଦ ଦେଖାଇ ଧୋକା ମଧ୍ୟ ଦେଇଥାନ୍ତି। ଇଡି କହିଛି ଯେ ଗିରଫ ହୋଇଥିବା ଅଧିକାଂଶ ଲୋକ ଦରବାର ରେସ୍ତୋରାଁରୁ ଟଙ୍କା ନେଉଥିଲେ। ଏହି ରେସ୍ତୋରାଁରୁ ଫଣ୍ଡ ପଠାଇବା ଅଭିଯୋଗରେ ପିଏଫ୍‌ଆଇର ଅବଦୁଲ୍‌ ରଜାକ୍‌ ବିପିକୁ ମଧ୍ୟ ଗିରଫ କରାଯାଇଥିଲା। ରଜାକଙ୍କ ଭାଇ ଆବୁଧାବିରେ ଦରବାର ନାମକ ରେସ୍ତୋରାଁ ଚଳାଉଛି।

ଏହା ବ୍ୟତୀତ ରଜାକ୍‌ର ତମାର ଇଣ୍ଡିଆ ସ୍ପାଇସେଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାଁରେ ଆଉ ଏକ କମ୍ପାନୀ ବି ଅଛି। ଏହା ସାହାଯ୍ୟରେ ଭାରତରୁ ଫଣ୍ଡିଂ ପଠାଯାଉଥିଲା। ଇଡି ମୁତାବକ, ଶଫିକ୍‌ ‘ଗଲ୍ଫ ତେଜସ୍‌ ଡେଲି’ ଖବରକାଗଜରେ ମଧ୍ୟ କାମ କରିଛି। ସେ ୨୦୧୮ ପର୍ଯ୍ୟନ୍ତ ଖବରକାଗଜର ବିଜନେସ୍‌ ଡେଭଲପର ଥିଲା। ସେହିପରି କେରଳରୁ ଗିରଫ ହୋଇଥିବା ଅବଦୁଲ ରଜାକ ବିପି ଏହି ଖବରକାଗଜର ଅନ୍ୟତମ ନିର୍ଦ୍ଦେଶକ ଥିଲା।

Also Read: ବଲିଉଡ୍‌ ପରେ ଏବେ ହଲିଉଡ୍‌ରେ ଜଲଓ୍ଵା ଦେଖାଇବେ ଆଲିଆ ଭଟ୍ଟ, ‘ହାର୍ଟ ଅଫ୍‌ ଷ୍ଟୋନ୍‌’ରେ କରିବେ ଡେବ୍ୟୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.