ଏଲନ ମସ୍କଙ୍କୁ ବାପା ମାନିବାକୁ ନାରାଜ ତାଙ୍କ ଟ୍ରାନ୍ସଜେନ୍ଡର ଝିଅ, ହେଲେ କୋର୍ଟର ଦ୍ୱାରସ୍ଥ

ଏଲନ ମସ୍କଙ୍କ ସାତ ଜଣ ସନ୍ତାନଙ୍କ ମଧ୍ୟରୁ ଜଣେ ସ୍ପେସ ଏକ୍ସକୁ ଅସ୍ବୀକାର କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଜନ୍ମ ସମୟରେ ଯେଉଁ ଶିଶୁଟିର ନାଁ ଜେବିୟର ଆଲେକ୍ଜାଣ୍ଡର ମସ୍କ ରଖାଯାଇଥିଲା, ମସ୍କଙ୍କ ସେହି ଜୈବିକ ସନ୍ତାନ ଏବେ ନିଜ ପିତାଙ୍କୁ ସ୍ୱିକାର କରିବାକୁ ସଫା ସଫା ମନା କରିଦେଇଛନ୍ତି । ଖାଲି ସେତିକି ନୁହେଁ ନିଜ ପିତାଙ୍କୁ ଅସ୍ବୀକାର କରିବା ସହିତ ତାଙ୍କୁ ମିଳିଥିବା ନୂଆ ଲିଙ୍ଗ ଓ ପରିଚୟ ଅନୁସାରେ ନିଜ ନାଁ ବଦଳେଇ ଦେବାକୁ ଅନୁରୋଧ କରିଛନ୍ତି । ଏନେଇ ସେ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇସାରିଲେଣି । ଏନେଇ କୋର୍ଟରେ ଏକ ଅପିଲ ମଧ୍ୟ ଦାୟର କରିଛନ୍ତି । ନିଜ ଜନ୍ମ କଲା ପିତାଙ୍କ ସହିତ କୌଣସି ପ୍ରକାର ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି । ଟେସଲା ମୁଖ୍ୟଙ୍କ ଟ୍ରାନ୍ସଜେନ୍ଡର ଝିଅ ଜେବିୟର ଏଇ ନିକଟରେ ୧୮ ବର୍ଷ ପାର କରିଛନ୍ତି | ଏହା ସହିତ ନିଜ ଜନ୍ମ ପ୍ରମାଣ ପତ୍ର ତଥା ନାଁକୁ ମଧ୍ୟ ବଦଳେଇ ଦେବାକୁ ଚାହୁଁଛନ୍ତି । କହିରଖିବା ଉଚିତ ହେବକି ୧୮ ବର୍ଷ ବୟସକୁ କାର୍ଲିଫର୍ଣ୍ଣିଆରେ କୌଣସି ନିର୍ଣ୍ଣୟ ନେବାର ସଠିକ ସମୟ ଭାବେ ଧରାଯାଏ । କହିରଖିବା ଉଚିତ ହେବକି, ଏଇ ନିକଟରେ ହିଁ ଜେବିୟର ନିଜ ଲିଙ୍ଗ ବଦଳାଇ ପୁଅରୁ ଝିଅକୁ ପରିଣତ ହୋଇଥିଲେ । ଆଉ ଏବେ ସେହି ଝିଅ କହୁଛନ୍ତିକି, ସେ ନିଜ ଜନ୍ମ କଲା ବାପାଙ୍କ ସହିତ କୌଣସି ପ୍ରକାର ସଂପର୍କ ରଖିବାକୁ ଚାହୁଁନାହାନ୍ତି ।

ଏଲନ ମସ୍କଙ୍କ ଏହି ସନ୍ତାନର ମା’ଙ୍କ ନାଁ ଜଷ୍ଟିନ ବିଲସନ । ଏଲନ ମାସ୍କ ୨୦୦୮ ରେ ତାଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ । ଏହା ପରେ ମସ୍କ ଓ ସେହି ପିଲା ମଧ୍ୟରେ କୌଣସି ବିବାଦୀୟ ଖବର ସାମ୍ନାକୁ ଆସିନଥିଲା । ଜନ୍ମରୁ ସେ ଜଣେ ଝିଅ ଥିବାବେଳେ ପରେ ନିଜ ଲିଙ୍ଗ ପରିବର୍ତ୍ତନ କରାଇ ଝିଅ ହୋଇଥିଲେ । କହିରଖିବା ଉଚିତ ହେବକି ୫୦ ବର୍ଷୀୟ ଏଲନ ମସ୍କ ହେଉଛନ୍ତି ୭
ଟି ପିଲାର ବାପା । ଯାହା ମଧ୍ୟରୁ ୬ଟି ପୁଅ ଥିବା ବେଳେ ଜଣେ ଝିଅ ଅଛନ୍ତି । ଏଲନ ମସ୍କଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ଜଣେ କ୍ୟାନେଡିୟାନ ଲେଖିକା । ଆଉ ତାଙ୍କର ୫ଟି ପୁଅ ଅଛନ୍ତି | ଯେବେକି ଗାର୍ଲଫ୍ରେଣ୍ଡଙ୍କ ଠାରୁ ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି ।

କହିରଖିବା ଉଚିତ ହେବକି ଏବାବଦରେ ଏଲନ ମସ୍କ ତଥା ତାଙ୍କ ଝିଅଙ୍କର କୌଣସି ଅଫିସିଆଲ ବୟାନ ସାମ୍ନାକୁ ଆସିନାହିଁ । ଗତ ମାସ ଅର୍ଥାତ ମେ’ରେ ହିଁ ତାଙ୍କ ଝିଅ ନିଜ ନାଁ ଓ ଲିଙ୍ଗ ପରିବର୍ତ୍ତନ ନେଇ କୋର୍ଟରେ ଅପିଲ କରିଥିଲେ । ଯାହାକୁ ପାଖାପାଖି ଏକ ମାସ ହୋଇଗଲାଣି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.